ବଡ଼ଦିନ ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା

1 min read

ଭୁବନେଶ୍ୱର: ଆଜି ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। କରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ଚର୍ଚ୍ଚରେ ନାହିଁ ଖଚାଖଚ୍ ଭିଡ଼ । କି ରାସ୍ତାଘାଟରେ ନାହିଁ ଗହଳି ।  କରୋନା ପାଇଁ ଏଥର ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ  । କିନ୍ତୁ ଘରେ ପାଳୁଛନ୍ତି ଖ୍ରୀଷ୍ଟମାସ୍  ।

ଏହି ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ଏହି ଖୁସିର ପର୍ବରେ ଆପଣ ଜୀବନରେ ସୁଖ ଓ ଶାନ୍ତି ଭରିଯାଉ । ଏଥିସହିତ ସମୃଦ୍ଧ ଓଡ଼ିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ରାଜ୍ୟରେ କୋଭିଡ ପରିସ୍ଥିତିରେ ଅନେକ ପରିମାଣରେ ଉନ୍ନତି ଆସିଲେ ମଧ୍ୟ ସତର୍କ ନ ରହିଲେ ବିପଦ ବଢ଼ିବାର ଆଶଙ୍କା  ରହିଛି । ତେଣୁ କୋଭିଡ ନିୟମାବଳୀ ଅନୁପାଳନ ସହିତ ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ରାଜ୍ୟପାଳ ମଧ୍ୟ ବଡ଼ଦିନ ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ କଟକଣା ମଧ୍ୟରେ ପ୍ରଭୁ ଯୀଶୁଙ୍କ ଧରାବତରଣକୁ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ନିବେଦନ କରିଛନ୍ତି ଶ୍ରୀ ଦାସ ।

Leave a Reply