ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ; ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବା ଜଣାପଡିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ।
Hon'ble CM Shri. Naveen Patnaik has sanctioned Rupees Four Lakhs from the Odisha Working Journalist Welfare Fund to the family of journalist Late Shri. Arindam Das who passed away yesterday in a tragic incident. @CMO_Odisha @Naveen_Odisha @IPR_Odisha @MoSarkar5T
— Manas Mangaraj (@manasrmangaraj) September 25, 2021
ଗତକାଲି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟରେ ଥିଲେ ଦୁଇ ଗଣମାଧ୍ୟମ ପ୍ରତିନିଧି । ବୋଟ୍ ଓଲଟି ପଡିବା ଯୋଗୁଁ ଭାସି ଯାଇଥିଲେ ଅରିନ୍ଦମ ଦାସ । ଆଉ ଦୁର୍ଭାଗ୍ୟବଶତଃ ଅରିନ୍ଦମଙ୍କ ଅକାଳ ବିୟୋଗ ହୋଇଥିଲା।