ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର: ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ । ସୁବର୍ଣ୍ଣ ଜୟନ୍ତୀ ଲାଗି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଚଳିତ ମାସ ଶେଷ ସୁଦ୍ଧା ଯେପରି ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ସରିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ଅକ୍ଟୋବର ୨୮ ତାରିଖରେ ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ଉତ୍ସବ ଆରମ୍ଭ ହେବ ।

ଏହି ଉତ୍ସବ ଲାଗି ବିଶ୍ୱର ବିଭିନ୍ନ ଦେଶରୁ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱସ୍ତରୀୟ ଉତ୍ସବକୁ ଯେପରି ସର୍ବୋତମ ଭାବେ ସଫଳ କରାଯାଇପାରିବ ସେଥିଲାଗି ଧ୍ୟାନ ଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ସ୍ତୂପ ଧଉଳି ଓଡ଼ିଶାର ଗରିମା ବହନ କରୁଥିବାବେଳେ ଏଠାକୁ ପ୍ରତିବର୍ଷ ହଜାର ହଜାର ଦର୍ଶକ ଆସିଥାନ୍ତି ।