ମୁଖ୍ୟମନ୍ତ୍ରୀଙ୍କ ସରକାରୀ ପୋର୍ଟାଲରୁ ସମ୍ପତ୍ତି ତାଲିକା ଗାଏବ !
ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଆସିବା ପରେ ବଦଳୁଛି ଯୋଜନାର ନାମ ଓ ରଙ୍ଗ । ଠିକ୍ ଢଙ୍ଗରେ ବଦଳି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲର କଳେବର । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ପୋର୍ଟାଲରୁ ଗାଏବ ହୋଇଯାଇଛି ସମ୍ପତ୍ତି ତାଲିକା ବ୍ୟବସ୍ଥା। ଏହାକୁ ନେଇ ସବୁ ମହଲ ତାଜୁବ।
ପୂର୍ବ ସରକାର ସମୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ବାର୍ଷିକ ସମ୍ପତ୍ତି ତାଲିକା ନେଇ ବର୍ଷଓ୍ବାରୀ ତାଲିକ ପୋର୍ଟାଲରେ ଉପଲବ୍ଧ ହେଉଥିଲା । ଏବେ ସେହି ବ୍ୟବସ୍ଥାକୁ ଆଉ ଦେଖିବାକୁ ମିଳୁନି । ଯଦିଓ ନୂଆ ସରକାରକୁ ବର୍ଷେ ପୂରିନି । ବୋଧହୁଏ ଏଥିପାଇଁ ସମ୍ପତ୍ତି ବିବରଣୀ ଉପଲବ୍ଧ କରାଯାଇ ପାରିନଥିବ । ତେବେ ଏ ନେଇ ସରକାରଙ୍କ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି । ରାଜ୍ୟକୁ ଦୁର୍ନୀତିମୁକ୍ତ ପ୍ରଶାସନ ଦେବାକୁ ଯାଇ ୨୦୨୪ ନିର୍ବାଚନରେ ବିଜେପି ଯେପରି କ୍ଷମତାକୁ ଆସିଛି, ସେହି ଅନୁଯାୟୀ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଗାଏବ ହୋଇଯିବା କି ସ୍ବଚ୍ଛ ପ୍ରଶାସନକୁ ଦର୍ଶାଉଛି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।