କ୍ୟାବିନେଟର ମୋହର: CETକୁ ୟୁନିଟାରି ବିଶ୍ୱବିଦ୍ୟାଳୟ ମାନ୍ୟତା, ନୂଆ ନାମ OUTR

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ।  ଅପରାହ୍ନରେ ବସିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ମାରିଛନ୍ତି  ରାଜ୍ୟ ସରକାର । ଏହି କ୍ରମରେ ଆଜି  CETକୁ ୟୁନିଟାରି ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି  । କଲେଜ ଅଫ ଇଂଜିନୟରିଂ ପରିବର୍ତ୍ତେ ଏହାର ନୂଆ ନାମ ଓଡ଼ିଶା ଟେକ୍ନୋଲୋଜି ଓ ଗବେଷଣା ବିଶ୍ୱବିଦ୍ୟାଳୟ (OUTR) କରାଯିବା ନେଇ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ  ।

ସେହିପରି ଏଠାରେ  ସ୍ନାତକ, ସ୍ନାତ୍ତୋକତ୍ତର, ଗବେଷଣା ଏବଂ ଶିଳ୍ପ ସମ୍ପର୍କିତ ପାଠ୍ୟକ୍ରମ ନୂତନ କରି ପଢାଯିବ  । ଦେଶ ଭିତରେ ଓ ବାହାରେ ଥିବା ବିଶ୍ୱବିଦ୍ୟାଳୟ ସହଯୋଗ କରିପାରିବ  । ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୧୫ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ବଡ ନିଷ୍ପତ୍ତିକ୍ରମେ ଏକକ ବିଶ୍ୱଦ୍ୟାଳୟରେ  ହେବ ଭୁବନେଶ୍ୱର CET କଲେଜ୍ ।  ଏନେଇ ଏକ ଆଇନ୍ ପ୍ରଣୟନ କରାଯିବ । ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ OUTR ବିଶ୍ବବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ତଥା ପିଏଚଡି ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ । ଏହି ବିଶ୍ୱଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ତାଲିମ ଓ ଅନୁସନ୍ଧାନର ସୁଯୋଗ ସୃଷ୍ଟି କରିବ ।

ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସହ ଦୀର୍ଘମିଆଦି ସମ୍ପର୍କ ପାଇଁ MOU ଚୁକ୍ତି କରିବାର ସୁଯୋଗ ସୃଷ୍ଟି ହେବ । କଲେଜକୁ ବିଶ୍ୱଦ୍ୟାଳୟରେ ନବୀକରଣ ଦ୍ବାରା ରାଜ୍ୟ , ଦେଶ ଓ ବିଦେଶର ଅନ୍ୟ ବିଶ୍ବବିଦ୍ୟାଳୟ ସହିତ ଅଭିଜ୍ଞତା ଆଦାନପ୍ରଦାନ ସୁଯୋଗ ସୃଷ୍ଟି ହେବ । ଏଥି ସହ ବାଙ୍କି, ଆଠଗଡ ଓ ତିଗିରିଆରେ ପାଇପ୍ ଜଳ ଯୋଗାଣ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ୭ଟି ପଞ୍ଚାୟତରେ ସମସ୍ତ ଘରକୁ ପାଇପ୍ ଜଳ ଯୋଗାଣ ହେବ । ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସରିବ । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ଦୁଇ ବୃହତ ଗ୍ରାମ୍ୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଅବଢା ଯୋଜନାରେ ଖଣ୍ଡୋଲାଇଟ ପଥର ଯୋଗାଣରୁ ରୟାଲଟି ଛାଡ ହେବା ନେଇ ନିଷ୍ପତ୍ତି ହୋଇଛି ।

Leave a Reply