ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା

1 min read

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ  ଓଡ଼ିଆ ଗଣମହୋତ୍ସବ କଟକ ବାଲିଯାତ୍ରାକୁ ମିଳିଲା ସରକାରୀ ମାନ୍ୟତା । ବାଲିଯାତ୍ରାକୁ ସରକାରଙ୍କ ନଗର ଉନ୍ନୟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଦିଆଯିବ ବୋଲି ଜଣାପଡ଼ିଛି ।

ଚଳିତ ଥର ବାଲିଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଜିଲ୍ଲାପାଳ ଓ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ବାଲିଯାତ୍ରା ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ।

ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ହୋଇଛି ବୋଲି ମନ୍ତ୍ରୀ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ଉତ୍ସବକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି । ବାଲିଯାତ୍ରା ପ୍ଲଟ୍ ବିକ୍ରି, ଶୃଙ୍ଖଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଆଲୋଚନା କରାଯାଇଛି । ଏଥର ବାଲିଯାତ୍ରାରେ ଅନେକ କିଛି ନୂଆ ଜିନିଷ ଦେଖିବାକୁ ମିଳିବ ବୋଲି ଖବର ମିଳିଛି । ')}

Leave a Reply