spot_img

Latest Posts

ବିଧାନସଭାରେ ପଶିଲା କରୋନା, ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଧାନସଭାରେ ପଶିଲା କରୋନା । ବିଧାନସଭାର ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସଚିବ ଦାସରଥୀ ଶତପଥୀ ଓ ତାଙ୍କ ଡ୍ରାଇଭର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗତକାଲି ଦାସରଥୀଙ୍କ ପିଏସ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ସଚିବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ବିଧାନସଭାର ଦୁଇ କର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାଚସ୍ପତି ମଧ୍ୟ କରୋନା ଟେଷ୍ଟ କରାଇଥିବା ଜଣାପଡିଛି।  ଅନ୍ୟ ସଦସ୍ୟଙ୍କୁ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯାଇଛି।

ବିଧାନସଭାରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି। ଯେଉଁ ମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯିବ । ଆଜି କଂଗ୍ରେସ ବିଧାୟକ ଦଳ ନେତା, ବାଚସ୍ପତି, ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କରୋନା ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

Latest Posts

Don't Miss