ଫେବୃଆରୀ ୫ରୁ ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବୃଆରୀ ୫ରୁ ୧୩ ପର୍ଯ୍ଯନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ଯ ଦିବସ ରହିଛି। କାମଚଳା ବଜେଟ ମଧ୍ଯ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।

ସେପଟେ ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୫ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଟରେ ବୈଠକ ବସିବ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଶାସକ ଦଳ ଉଠାଇବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହାସହ ବିରୋଧୀ ମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଗଠନ ମୂଳକ ଜବାବ ଦେବା ପାଇଁ ବୈଠକରେ ଆଲୋଚନା କରାଯିବ ।