ଗୃହ ଆରମ୍ଭରୁ ମୁଲତବୀ, ବିଧାନସଭାରେ ରାହୁଲ ତାତି

ଭୁବନେଶ୍ୱର: ଗୃହ ଆରମ୍ଭରୁ ମୁଲତବୀ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ନେଇ ଗୃହରେ ନାରାବାଜୀ କରିଥିଲେ କଂଗ୍ରେସ ବିଧାୟକ ।  ସାଂସଦ ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ବିଧାନସଭାରେ ତାତି ।ମିନିଟ ଟିଏ ମଧ୍ୟ ଚାଲିପାରିଲା ନାହିଁ ଗୃହ  । ଯାହା ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସର ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହ ମଧ୍ୟଭାଗରେ ବିଜେପି ବିରୋଧରେ ନାରାବାଜି କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ । ଏପରି ସ୍ଲୋଗାନ ଦେଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେଇଥିଲା କଂଗ୍ରେସ । ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରିଥିଲେ ବାଚସ୍ପତି ।