ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ୧୨ଟା ୯ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଙ୍ଗାମା । ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କଲେ ବିରୋଧୀ । ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡେଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ । ଏହାସହିତ ପ୍ଲାକାର୍ଡ ଧରି ଗୃହରେ ନାରାବାଜି କଲେ ବିରୋଧୀ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ୧୨ଯା୯ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଆଜିର ବିଧାନସଭା ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଦେବେନ୍ଦ୍ରନାଥ ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହାକୁ ସମର୍ଥନ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସମର୍ଥନ କଲେ କଂଗ୍ରେସ ବିଧାୟକ ଦଳ ନେତା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଶୋକ ପ୍ରସ୍ତାବକୁ ପାରିତ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଦିବଂଗତ ପୂର୍ବତନ ବିଧାୟକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ଧରି ନୀରବ ପ୍ରାର୍ଥନା କରିଥିଲେ ସମସ୍ତ ସଦସ୍ଯ।

ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ହୋହଲ୍ଲା ଆରମ୍ଭ କରିଥିଲେ। ପ୍ରଶ୍ନୋତ୍ତର କାଳରେ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ। ଘଣ୍ଟ ଓ ବଇଁଶୀ ବଜାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ନାରୀ ସୁରକ୍ଷା ପାଇଁ ଗୃହ କମିଟି ଦାବି କରିଥିଲେ । ବିଜେଡି ପକ୍ଷରୁ ମଧ୍ୟ ମହିଳା ସୁରକ୍ଷା ସମେତ ଅନ୍ୟ ପ୍ରମୁଖ ପ୍ରସଙ୍ଗ ନେଇ ପ୍ରତିବାଦ କରାଯାଇଥିଲା । ଶିକ୍ଷା ଓ ନିଯୁକ୍ତିରେ ପଛୁଆ ବର୍ଗଙ୍କ ଲାଗି ୨୭% ସଂରକ୍ଷଣ ଦାବି କରୁଛି ବିଜେଡି ।