ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ ତାତିଲା ବିଧାନସଭା

1 min read

ଭୁବନେଶ୍ବର :  ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ଜାଣିଶୁଣି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୋଡିୟମ ଆଗରେ ବିରୋଧୀ ବିଧାୟକଙ୍କ ହୋହଲ୍ଲା ଯୋଗୁ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ହଙ୍ଗାମା ଭିତରେ ଗତକାଲି କ୍ୟାବିନେଟ୍ ନିଷ୍ପତି ସମ୍ପର୍କରେ ଗୃହକୁ ଅବଗତ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମୋଟ 18 ଟି ପ୍ରସ୍ତାବ ପାରିତ ହୋଇଥିଲା । ଗୃହ ଅଚଳ ନେଇ ଶାସକ ଦଳ ପକ୍ଷରୁ କରାଯାଇଛି କଡା ସମାଲୋଚନା। ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି-ଯେଉଁ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି ସେ ନେଇ ଗୃହରେ ଦାବି କରିବା ଉଚିତ୍ ନୁହେଁ। ପାଟିତୁଣ୍ଡ ଯୋଗୁ ଆମେ ଆମର ନିର୍ବାଚନମଣ୍ଡଳୀ ସମସ୍ୟା ସମ୍ପର୍କରେ ପ୍ରସଙ୍ଗ ଉତଥାପନ କରିପାରୁନାହୁଁ । ଅଯଥା ପ୍ରସଙ୍ଗରେ ଗୃହରେ ନାରାବାଜୀ ଯୋଗୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବାଧାପ୍ରାପ୍ତ ହୋଇଛି ।

ସେପଟେ ବିଜେପି ଓ କଂଗ୍ରେସ ବିଧାୟକ ବିଧାନସଭାକୁ ଯେପରି ବନ୍ଦ କରିଛନ୍ତି ସାଢେ଼ ଚାରି କୋଟି ଓଡିଆ ତାହା ଦେଖୁଛନ୍ତି l ସେମାନେ ଲୋକଙ୍କ ବିଭିନ୍ନ ସମସ୍ୟା ସକାଳ ୧୦ଟା ୩୦ରୁ ୧୧ଟା ୩୦ ଉଠାଇବା କଥା l ହେଲେ ସେମାନେ ତାହା କରୁନାହାନ୍ତି l ୨୦୨୪ରେ ରାଜ୍ୟବାସୀ ଉଭୟ ଦଳକୁ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।