ପୂର୍ଣ୍ଣ ଟିକାକରଣରେ ଜାତୀୟ ସ୍ତରରେ ସର୍ବାଗ୍ରେ ଓଡ଼ିଶା

1 min read

ଭୁବନେଶ୍ୱର: ଓଡ଼ିଶାରେ ପୂର୍ଣ୍ଣ ଟିକାକରଣ ହାର ୯୦.୫% ପ୍ରତିଶତ ରହିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି । ଓଡ଼ିଶାରେ ସହନ ଟିକାକରଣ ମିଶନ ଇନ୍ଦ୍ରଧନୁଶ୍ ୪.୦ ର ଆରମ୍ଭ ହୋଇଛି । ତିନିଟି ରାଉଣ୍ଡରେ ହେବ ଟିକାକରଣ । ୧ମ ରାଉଣ୍ଡ- ୭ ମାର୍ଚ୍ଚରୁ ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟ ୪ ଏପ୍ରିଲ ଏବଂ ୩ୟ ପର୍ଯ୍ୟାୟ ୨ମେରୁ ଆରମ୍ଭ ହେବ ।

ଏହି ମିଶନରେ ପ୍ରାୟ ୧୨ ପ୍ରକାର ରୋଗର ପ୍ରତିଷେଧକ ଟିକା ଦିଆଯିବ । ବାକି ରହିଯାଇଥିବା ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବ । ବିଭିନ୍ନ ବିଭାଗ ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।