ଗୋଟିଏ ସପ୍ତାହରେ ୩ଟି ବିଶ୍ୱସ୍ତରୀୟ ରେକର୍ଡ ରଚିଲା ଓଡ଼ିଶା

1 min read

ନନ୍ଦିଘୋଷ ବ୍ୟୁରୋ: ଚଳିତ ସପ୍ତାହରେ ଓଡ଼ିଶା 3ଟି ବିଶ୍ବସ୍ତରୀୟ କୀର୍ତ୍ତିମାନ ସ୍ଥାପନ କରିଛି । ଓଡ଼ିଶାର ବାପି ହାଁସଦା ୧୮ ବର୍ଷରୁ କମ୍ ୪ଶହ ହର୍ଡଲସରେ ସବୁଠାରୁ କମ ସମୟରେ ଅନ୍ତର୍ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେହିଭଳି ଟାଇମ ମାଗାଜିନରେ ମୟୂରଭଞ୍ଜ ପୃଥିବୀର ୫୦ଟି ଶ୍ରେଷ୍ଠ ସ୍ଥାନ ତାଲିକାରେ ସ୍ଥାନିତ ହୋଇଛି । ସେହଭଳି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସର୍ବାଧିକ ଦର୍ଶକ ବସିବା କ୍ଷମତା ସମ୍ପନ୍ନ ହକି ଷ୍ଟାଡିୟମ ଭାବେ ଗିନିଜ ରେକର୍ଡ୍ସରେ ସ୍ଥାନ ପାଇଛି ।

ଏନେଇ ନିଜ ସୋସିଆଲ ମିଡିଆ ସାଇଡରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ । କଳିଙ୍ଗ ଷ୍ଟାଡିୟମରେ ବାପି ହାଁସଦା କଠିନ ପରିଶ୍ରମ ଓ ଅଭ୍ୟାସ ତାଙ୍କୁ ଆଜି ସଫଳତାର ସିଢି ଚଢାଇଛି । ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ସେହିଭଳି ସାରା ବିଶ୍ବରେ ମୟୂରଭଞ୍ଜର ଶିମିଳପାଳ ଅଭୟାରଣ ଏକ ମାତ୍ର ଅଞ୍ଚଳ ଯେଉଁଠି ଆଜି ବି ଅଛନ୍ତି କଳା ବାଘ । ପ୍ରତିବର୍ଷ ନଭେମ୍ବର ମାସରେ ଶିମିଳିପାଳ ଖୋଲୁଥିବା ବେଳେ ହଜାର ହଜାର ସଂଖ୍ୟା ପର୍ଯ୍ୟଟକଙ୍କ ଭିଡ ଜମେ ।

ଶିମିଳିପାଳରେ ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ଲୋକଙ୍କୁ ବିମୋହିତ କରେ । ମୟୁରଭଞ୍ଜର କଳା ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ସବୁକ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି । ଅନ୍ୟପଟେ ୬୦ ହଜାର ସ୍କୋୟାର ମିଟର ପରିଧି ମଧ୍ୟରେ ନିର୍ମିତ ହୋଇଛି ସର୍ବବୃହତ୍ତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ସର୍ବବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଷ୍ଟାଡିୟମରେ ଏକାଧିକ ଜିମ୍, ହାଇଡ୍ରୋଥେରାପି ପୁଲ୍ ଓ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଏହା ଗିନିଜ ବୁକ ରେକର୍ଡରେ ସ୍ଥାନ ପାଇଛି ।