spot_img

Latest Posts

ଟୋକିଓ ପାରାଲିମ୍ପିକ୍ସ୨୦୨୦ ପାଇଁ ନିମନ୍ତ୍ରଣ ପାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସ ୨୦୨୦ ପାଇଁ ନିମନ୍ତ୍ରଣ ପାଇଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ଏକକ ବର୍ଗରେ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ ପ୍ରମୋଦ।

ଟୋକିଓରେ ଆସନ୍ତା ଅଗଷ୍ଟ ହେବାକୁ ଥିବା ପାରାଲିମ୍ପିକ୍ସ ପାଇଁ ନିମନ୍ତ୍ରଣ ପାଇଥିବାରୁ ୱାର୍ଲ୍ଡ ନଂ ୱାନ୍ ପ୍ରମୋଦ ଭାଗତ ଖୁସିବ୍ୟକ୍ତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଦୁବାଇ ପାରା ଟୁର୍ନାମେଣ୍ଟରେ ସେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରମୋଦ କହିଛନ୍ତି “ଆମନ୍ତ୍ରିତ ହୋଇ ମୁଁ ବହୁତ ଉତ୍ସାହିତ, ପ୍ରତ୍ୟେକ ଆଥଲେଟ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସ୍ୱପ୍ନ ଦେଖନ୍ତି ଏବଂ ଏହା ମୋ ପାଇଁ ଏକ ବହୁତ ବଡ଼ ସମ୍ମାନ। ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ମୋର ସ୍ୱପ୍ନ ଏବଂ ମୁଁ ଏହା ହାସଲ କରିବା ପାଇଁ ବହୁତ କଠିନ ପରିଶ୍ରମ କରୁଛି।”

ଜୁନ ୮ ତାରିଖରେ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ (BWF) ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆକୁ ସୂଚନା ଦିଆ ଯାଇଛି ଯେ, ଟୋକିଓ ୨୦୨୦ ପାରାଅଲମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ପୁରୁଷ ଏକକ ବର୍ଗ ପାଇଁ ଆଉ ୩ ଭାରତୀୟ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି। ସେଥିରେ ଓଡ଼ିଶାର ପ୍ରମୋଦ ଭଗତ ରହିଛନ୍ତି। ତେବେ ଏହି ବର୍ଗରେ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦୁଇ ଖେଳାଳି ହେଉଛନ୍ତି, ତରୁଣ ତାରୁଣ ଓ କ୍ରୀଷ୍ଣା ନଗର

ସୂଚନାଯୋଗ୍ୟ, ଗତବର୍ଷ ହେବାକୁ ଥିବା ଅଲମ୍ପିକ୍ସ କୋରୋନା ମହାମାରୀ କାରଣରୁ ସ୍ଥଗିତ ହେବାସହ ଚଳିତ ବର୍ଷ ଆୟୋଜନ ନେଇ ଘୋଷଣା ହୋଇଥିଲା । ଆଗାମୀ ଜୁଲାଇ ୨୩ରୁ ଅଲମ୍ପିକ୍ସ ଓ ପରେ ଅଗଷ୍ଟରେ ପାରାଲିମ୍ପିକ୍ ଗେମ୍ସ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ଭାରତୀୟ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ପ୍ରାଥମିକତା ଭିତ୍ତିରେ କୋରୋନା ଟିକା ମଧ୍ୟ ଦିଆଯାଉଛି।

Latest Posts

Don't Miss