ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର । ଯକୃତ ରୋଗରେ ସେ ପୀଡ଼ିତ ଥିବା ଜଣାପଡ଼ିଛି । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ।

୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହେବ ବୋଲି ଡାକ୍ତର କହିଛନ୍ତି । ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଖୁବ୍ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।