spot_img

Latest Posts

ପ୍ରକାଶ ପାଇଲା ଓସିଏସ ରେଜଲ୍ଟ, ଛାତ୍ରୀଙ୍କ ବାଜିମାତ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ । ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି । ଏଥର ବି ଛାତ୍ରମାନଙ୍କ ତୁଳନାରେ ଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି । ଏପରିକି ଟପ୍ ଥ୍ରୀରେ ଛାତ୍ରୀ ରହିଛି । ତେଜସ୍ବିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ଶୁଭଙ୍କରୀ ସୁଦେଷ୍ଣା ଦାସ ଦ୍ବିତୀୟ ଏବଂ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ହୋଇଛନ୍ତି । ୨୦୨୦ ପାଇଁ ହୋଇଥିଲା ପରୀକ୍ଷା ।

ଦେବବ୍ରତ କର ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ଦେବବ୍ରତ ମହାରଣା ପଞ୍ଚମ, ଅଭିସ୍ମିତା ତିଓ୍ୱାରୀ ଷଷ୍ଠ । ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ, ତପତି ରାଜ ଦଶମ ସ୍ଥାନ ହାସଲ କରିଛନ୍ତି ।

ସେହିଭଳି ପଙ୍କଜ କୁମାର ମହାନ୍ତ ୧୧, ତାନ୍ମିତା କର ୧୨, ଅଭିଜିତ ଷଡ଼ଙ୍ଗୀ ୧୩, କସ୍ତୁରୀ ପଣ୍ଡା ୧୪, ବିଭୁ ପ୍ରସାଦ ସିଂ ୧୫, ବିଶ୍ୱଜିତ ପଣ୍ଡା ୧୬, ହରପ୍ରିୟା ପୃଷ୍ଟି ୧୭, ଆର କେ ସତ୍ୟରାଜ ଗୁରୁ ୧୮, ଅଣାକର ନାୟକ ୧୯ ଏବଂ ଲିତୁସ୍ମିତା ମିଶ୍ର ୨୦ତମ ସ୍ଥାନ ହାସଲ କରିଛନ୍ତି ।

ରେଜଲ୍ଟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ତେଜସ୍ୱିନୀ । ସେ କହିଛନ୍ତି, ‘୨୦୨୦ରୁ ପ୍ରସ୍ତୁତି କରିଥିଲି, ନୋଟିସ ବାହାରିବା ପରେ ଲାଗିପଡ଼ିଥିଲି । ଅପସନାଲ କୋର୍ସ ପାଇଁ କୌଣସି କୋଚିଂ ନେଇନାହିଁ । ଇକୋନୋମିକ୍ସରେ ଅନର୍ସ ପରେ ପ୍ରସ୍ତୁତି କରିଥିଲି । ଏଥିପାଇଁ ବହୁତ ପରିଶ୍ରମ କରିଛି ।’

ଆଗକୁ ସେ କହିଛନ୍ତି, ‘ପାଠ ପଢ଼ିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥିଲା । ଟପିକ ଶେଷ ହେବା ଯାଏଁ ପଢୁଥିଲି । ଯେ କୌଣସି ବିଭାଗରେ ଯୋଗ ଦେବାରେ ଅସୁବିଧା ନାହିଁ । ହେଲେ ମୋର ମହିଳା ସଶକ୍ତୀକରଣ, ଶିକ୍ଷା ବିଭାଗ ପସନ୍ଦ ପସନ୍ଦ । 5T ଯୋଗୁଁ ସବୁକ୍ଷେତ୍ରରେ ପରିବର୍ତ୍ତନ ଆସିଛି । ରାଜ୍ୟ ପାଇଁ କିଛି କରିପାରିଲେ ନିଜକୁ ଭାଗ୍ୟବାନ ମଣିବି ।’

ଅନଷ୍ଟି, ଇଣ୍ଟିଗ୍ରିଟିକୁ ସେ ଗୁରୁତ୍ୱ ଦେବା ସହ ଗୋଟିଏ ଅପସନାଲ ସବଜେକ୍ଟକୁ ସ୍ୱାଗତ କରିଛନ୍ତି ।

Latest Posts

Don't Miss