ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବ ନ୍ୟୁଜିଲ୍ୟାଣ୍ଡ

ୱେଲିଂଟନ୍: ଦୀର୍ଘ ଦୁଇ ଦଶନ୍ଧି ହେଲା ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ତଥା ତାଲିବାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ମୁତୟନଥିବା ନ୍ୟୁଜିଲ୍ୟାଣ୍ଡ ସେନାକୁ ହଟାଯିବ। ଏନେଇ ନ୍ୟୁଜିଲ୍ୟାଣ୍ତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ସୂଚନା ଦେଇଛନ୍ତି। ଚଳିତବର୍ଷ ମେ’ ମାସ ସୁଦ୍ଧା ସମ୍ପୂଣ୍ଣ ସେନା ପ୍ରତ୍ୟାହାର କରାଯିବ ବୋଲି ସେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ଟ୍ବିନ୍ ଟାୱାର ଆକ୍ରମଣ ପରେ ୨୦୦୧ ମସିହାରୁ ଆମେରିକା ଆଫଗାନିସ୍ତାନରେ ତାଲିବାନ ଶାସନକୁ ହଟାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲା। ଏହିକ୍ରମରେ ଆମେରିକା ଏହାର ସହଯୋଗୀ ଦେଶମାନଙ୍କ ସାମରତିକ ସହାୟତାରେ ଆଫଗାନିସ୍ତାନରେ ତାଲିବାନଙ୍କୁ ହଟାଇ ସେଠାରେ ନିର୍ବାଚନ କରାଇବାରେ ସଫଳ ହୋଇଥିଲା। ୨୦୦୧ ମସିହାରେ ସେ ଯୁଦ୍ଧ ଏବଂ ତା ପରବର୍ତ୍ତୀ ସମୟର ପରିସ୍ଥିତିକୁ ଦୁଇ ଦଶନ୍ଧି ବିତିଛି।

ଆମେରିକା ପକ୍ଷରୁ ଏହାର ସେନା ବାହିନୀ ପ୍ରତ୍ୟାହାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମୁତୟନ ଥତିବରା ସୈନିକଙ୍କୁ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏବେ ନ୍ୟୁଜିଲ୍ୟାଣ୍ଡର ୬ ଜଣ ସାମରିକ ଅଧିକାରୀ ଆଫଗାନିସ୍ତାନରେ ମୁତୟନ ଅଛନ୍ତି। ତିନଜଣ ନାଟୋ ମିଶନ କାର୍ଯ୍ୟାଳୟରେ ମୁତୟନ ଥିବା ବେଳେ ଆଉ ତିନିଜଣ ଆଫଗାନିସ୍ତାନର ଆର୍ମି ଏକାଡେମୀରେ କାର୍ଯ୍ୟ କରୁଛନ୍ତି ।

Leave a Reply