ସାମ୍ନାକୁ ଆସିଲା ନୁସରତଙ୍କ ପୁଅର ପିତାଙ୍କ ପରିଚୟ, ଜନ୍ମ ପ୍ରମାଣପତ୍ରରେ ଅଛି ଏହି ନାମ

କୋଲକାତା: ଅଭିନେତ୍ରୀ ନୁସରତ ଜହାଁଙ୍କ ଗର୍ଭଧାରଣ ଅନେକ ଚର୍ଚ୍ଚାରେ ଥିଲା ଏବଂ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା ଯେ ପିଲାର ବାପା କିଏ। ବର୍ତ୍ତମାନ ଏହା ଉପରୁ ପରଦା ହଟିଛି । ଅଗଷ୍ଟ ୨୬, ୨୦୨୧ ରେ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ସେତେବେଳେ ମଧ୍ୟ ଲୋକମାନେ ଜାଣିବାକୁ ଚାହିଁଥିଲେ ଯେ ପିଲାର ବାପା କିଏ ? ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ପିଲାଟିର ବାପ ଅଭିନେତା ୟଶ ଦାସଗୁପ୍ତା ।
ସୂଚନା ଅନୁସାରେ, ନୁସରତଙ୍କ ପୁଅର ଜନ୍ମ ପଞ୍ଜିକରଣର ବିବରଣୀ ସର୍ବସାଧାରଣ ଡୋମେନରେ ପ୍ରକାଶ ପାଇଛି, ଯେଉଁଥିରେ ଶିଶୁର ସମ୍ପୂର୍ଣ୍ଣ ନାମ ଇଶାନ ଜେ ଦାସଗୁପ୍ତା ଭାବରେ ଲେଖାଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ ବାପାଙ୍କ ନାମ ଦେବାଶିସ ଦାସଗୁପ୍ତା ଭାବରେ ଲେଖାଯାଇଛି, ଏହା ହେଉଛି ଅଭିନେତା ୟଶ ଦାସଗୁପ୍ତଙ୍କ ସରକାରୀ ନାମ। ବର୍ତ୍ତମାନ ଏହି ଦଲିଲରୁ ଏହା ସ୍ପଷ୍ଟ ହୋଇଛି ଯେ ନୁସରତଙ୍କ ପୁଅର ବାପା ୟଶ ଦାସଗୁପ୍ତ। ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ପରଠାରୁ ଲୋକମାନେ ୟଶ ଦାସଗୁପ୍ତଙ୍କୁ ଶିଶୁର ବାପା ବୋଲି କଳ୍ପାନା କରୁଥିଲେ, କିନ୍ତୁ ବର୍ତ୍ତମାନ ଏହା ସରକାରୀ ଭାବେ ପ୍ରମାଣିତ ହୋଇଛି।
ପୁଅର ଜନ୍ମ ପରେ ୟଶ ଜନସାଧାରଣଙ୍କୁ ଖୁସି ଖବର ଦେଇଥିଲେ। କେବଳ ଏତିକି ନୁହେଁ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ୟଶ ନୁସରତଙ୍କ ସହ ଥିଲେ ଏବଂ ସେ ପିଲାଟିକୁ କୋଳରେ ଧରିଥିଲେ। ନୁସରତ ଜହାଁ ଏବଂ ୟଶଙ୍କ ସମ୍ପର୍କର କଳ୍ପନା ସେବେଠାରୁ କରାଯାଇଥିଲା ଯେବେଠାରୁ ସେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ତେବେ ନୁସରତ ନିଖିଲଙ୍କ ସହ ତାଙ୍କ ବିବାହକୁ ବେଆଇନ ବୋଲି କହିଥିଲେ ଏବଂ ଭାରତର ଆଇନରେ ଏହି ବିବାହ ବୈଧ ନୁହେଁ ବୋଲି କହିଥିଲେ।