୩ ସପ୍ତାହ ପରେ ନଜର ଆସିଲେ ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍
1 min read
ସେଓଲ: କିମ୍ ଜୋଙ୍ଗ ଉନ୍, ମୃତ ନା ଜୀବିତ ? ସବୁ ଚର୍ଚ୍ଚା ଉପରୁ ହଟିଛି ପରଦା । ପାଖାପାଖି ୨୦ ଦିନ ପରେ ସର୍ବସମ୍ମୁଖକୁ ଆସିଛନ୍ତି ଉତ୍ତର କୋରିଆର ଏହି କ୍ରୁର ଶାସକ । ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଜୋଙ୍ଗଙ୍କୁ ଦେଖିବାକୁ ମିଳିଛି । ବିଗତ କେତେ ଦିନ ହେଲା କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବହୁ ଖବର ଆସୁଥିଲା । ଏପରିକି କିମ୍ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ପରିବେଷଣ କରିଥିଲା ଚୀନ । ଶେଷରେ କିମ୍ ଏକ ଖାଦ୍ୟ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିର ଉଦଘାଟନ କରିଥିବା ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ।

ଶେଷଥର ପାଇଁ ଏପ୍ରିଲ୍ ୧୨ ତାରିଖରେ କିମ୍ ଜୋଙ୍ଗ ଉନଙ୍କୁ ଦେଖିବାକୁ ମିଳିଥିଲା । ଫାଇଟର ଜେଟର ଉଡ଼ାଣ ପରେ ଜୋଙ୍ଗ କୁଆଡ଼େ ଅନ୍ତର୍ଧାନ ହୋଇ ଯାଇଥିଲେ । ଏହାପରେ ବିଭିନ୍ନ ଗଣମାଧ୍ୟମରେ କିମଙ୍କୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇଥିଲା । ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଆମେରିକୀୟ ଗଣମାଧ୍ୟମ ତା ରିପୋର୍ଟରେ କିମର ସର୍ଜରୀ ପରେ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିବା ଦାବି କରିଥିଲା ।