ଉତ୍ତର କୋରିଆରେ ଚିହ୍ନଟ ହେଲା ପ୍ରଥମ କୋଭିଡ ମାମଲା

ଉତ୍ତର କୋରିଆ: ଉତ୍ତର କୋରିଆରେ ଚିହ୍ନଟ ହେଲା ପ୍ରଥମ କୋଭିଡ ମାମଲା । ଏନେଇ ସାରା ଦେଶରେ ଲକଡାଉନ ଘୋଷଣା ସହ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଉତ୍ତର କୋରିଆ । ଦେଶରେ କୋଭିଡ ମାମଲା ଚିହ୍ନଟ ହେବାପରେ ଏମରଜେନ୍ସି ଘୋଷଣା ହୋଇଛି । କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ୨୦୨୦ ପରଠାରୁ ଉତ୍ତର କୋରିଆରେ କରୋନା ଗୋଟିଏ ବି ମାମଲା ଚିହ୍ନଟ ହୋଇନଥିଲା । ପରିସ୍ଥିତିକୁ ଦେଖି କିମ୍ ଜଙ୍ଗ୍ ଏକ ବୈଠକ ଡାକି ନିଷ୍ପତ୍ତି ନେଇଛନ୍ତି । ଜ୍ୱର ଓ ଥଣ୍ଡାରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କଠାରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି ଯେ, ସେ କୋଭିଡର ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।