କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ । ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ମିଳିଛି ନୋବେଲ । ଏନେଇ ରୟାଲ ସୁଇଡିସ ଏକାଡେମି ପକ୍ଷରୁ କ୍ଷୋଷଣା ହୋଇଛି । ମହିଳାଙ୍କ ରୋଜଗାର ଓ ଶ୍ରମ ବଜାରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଗବେଷଣା କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ କ୍ଲାଉଡିଆ । ଶ୍ରମଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଓ ଲିଙ୍ଗଗତ ପ୍ରଭେଦ ସମ୍ପର୍କରେ ସେ ଗବେଷଣା କରିଛନ୍ତି । ଶ୍ରମବଜାରରେ ଲିଙ୍ଗଗତ ପ୍ରଭେଦ ବାରିବା କ୍ଷେତ୍ରରେ ସେ ଗବେଷଣା କରିଥିଲେ ।

ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ଦେବା ନେଇ ନିଷ୍ପତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଅର୍ଥନୀତି ବିଜ୍ଞାନରେ ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର ଆଲଫ୍ରେଡ ନବୋଲଙ୍କ ସ୍ମୃତିରେ ଦିଆଯାଇଥାଏ । ସୂଚନାଥାଉକି, ଆଲଫ୍ରେଡ ନବୋଲ ନିଜ ଇଚ୍ଛାପତ୍ରରେ ଅର୍ଥନୀତି ବିଜ୍ଞାନ ପୁରସ୍କାରର ଉଲ୍ଲେଖ କରିନଥିଲେ । ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ୧୯୬୮ରେ ପୁରସ୍କାରର ସ୍ଥାପନା କରିଥିଲେ ଏବଂ ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେଜ ୧୯୬୯ରେ ଆରମ୍ଭ ହେବାକୁ ଥିବା ଅର୍ଥନୀତି ବିଜ୍ଞାନରେ ପୁରସ୍କାର ବିଜେତାଙ୍କ ଚୟନ କାର୍ଯ୍ୟ ଦିଆଯାଇଥିଲା ।