spot_img

Latest Posts

ଧର୍ମ ପରିବର୍ତ୍ତନ ଯୋଗୁଁ ମଶାଣିରେ ଟିକେ ଜାଗା ଦେଲେନି

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ଦୀର୍ଘ ୩୬ ଘଣ୍ଟା ଧରି ଘରେ ପଡ଼ି ରହିଛି ମୃତଦେହ । ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ହୋଇପାରୁନି ଅନ୍ତିମ ସଂସ୍କାର । ଗାଁ ଶ୍ମଶାନରେ ମୃତଦେହକୁ ମିଳିଲାନି ଟିକେ ଜାଗା । ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ନିଜ ଗାଁରେ ଜାଗା ଦେଉନାହାନ୍ତି ହିନ୍ଦୁ ଧର୍ମାଲମ୍ବୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଂଚାୟତ ଅଣ୍ଡ୍ରି ଗ୍ରାମରେ । ଗାଁର ମାଣିକ ସାନ୍ତାଙ୍କର ଗତକାଲି ସଂଧ୍ୟାରେ ମୃତ୍ୟୁ ହୋଇଯାଇଥିଲା । ସେ ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ତାଙ୍କର ଅନ୍ତିମ ସଂସ୍କାର ହୋଇପାରୁନି । ଦୀର୍ଘ ୩୬ ଘଣ୍ଟା ହେଲା ଘରେ ପଡିରହିଛି ମୃତଦେହ । ଗ୍ରାମବାସୀଙ୍କ ଗୋଟିଏ ଜିଦ, ଅନ୍ୟ ଧର୍ମର ଲୋକଙ୍କ ପାଇଁ ଶ୍ମଶାନରେ ଜାଗା ଦେବୁନାହଁ । ଯଦି ହିନ୍ଦୁ ରୀତି ନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ସ୍ଥାନ ମିଳିବ ବୋଲି ଗ୍ରାମବାସୀ ଜିଦ ଧରିଛନ୍ତି । ଘଟଣା ସ୍ଥଳରେ ଉମରକୋଟ ପୋଲିସ, ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ହେଲେ କିଛି ସମାଧାନ ହୋଇପାରିନି । ଅନ୍ୟପଟେ ମୃତ ପରିବାର ଲୋକଙ୍କ କହିବା ହେଲା ଆମେ ଦୀର୍ଘ ଦିନ ହେଲା ଗାଁରେ ବସବାସ କରୁଛୁ । ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅନ୍ୟ ଗୋଷ୍ଠୀର ଲୋକେ ଉଦ୍ୟମ କରୁଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ଶବ ପଡ଼ି ରହିଛି।

Latest Posts

Don't Miss