ପ୍ରଥମେ ଅସଂସଦୀୟ ଶବ୍ଦ ପ୍ରତିବନ୍ଧକ, ଏବେ ସଂସଦରେ ଧାରଣା ଉପରେ କଟକଣା

କେନ୍ଦ୍ରର ଏକଛତ୍ରବାଦୀ ଶାସନ । ଅସଂସଦୀୟ ଶବ୍ଦ ଉପରେ କଟକଣା ପରେ ଧାରଣା ଓ ଅନସନ ଉପରେ ଲାଗିଛି ପ୍ରତିବନ୍ଧକ । ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅସଂସଦୀୟ ଶବ୍ଦକୁ ନେଇ ସୃଷ୍ଟି ହୋଇଛି ଝଡ଼। ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ଏଭଳି ଏକ ନୋଟିଫିକେସନକୁ ଟ୍ବିଟରରେ ସେୟାର କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ।

ସଂସଦରେ ଶବ୍ଦ କଟକଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ବିଶ୍ବଗୁରୁଙ୍କ ନୂଆ କାମ ଧାରଣା ମନା, କ୍ୟାପସନ ଲେଖିବା ସହ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି ଜୟରାମ ରମେଶ । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ଏହି ନୋଟିଫିକେସନ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସାଂସନ ମନୀଷ ତିଓ୍ବାରୀ କମେଣ୍ଟ କରିଛନ୍ତି ।

ଗତକାଲି ଲୋକସଭା ସଚିବାଳୟ ପକ୍ଷରୁ କିଛି ଶବ୍ଦ ଉପରେ କଟକଣା ଲଗାଯାଇ ତାକୁ ଅଂସସଦୀୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାକୁ ନେଇ ତମାମ ବିରୋଧୀ ନେତାମାନେ ଆପତ୍ତି ଜଣାଇଥିଲେ । ଆଗକୁ ମଧ୍ୟ ଅଂସଦୀୟ ମାନ୍ଯତା ଦିଆଯାଇଥିବା ଶବ୍ଦ ବ୍ୟବହାର ଜାରି ରଖିବେ ବୋଲି ସିଧାସଳଖ କହିଥିଲେ  ।