ରାଜ୍ୟରେ ନାହିଁ ବାର୍ଡ ଫ୍ଳୁ ଭୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏ ଯାଏଁ ରାଜ୍ୟରେ ୧୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ହେଲେ କୌଣସି ସ୍ଥାନରେ ପଜିଟିଭ ମାମଲା ସାମ୍ନାକୁ ଆସିନି  । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ  । ତେବେ ଜିଲ୍ଲାପାଳଙ୍କୁ ରାପିଡ ରେସପନ୍ସ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟ ଶାସନ ସଚିବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ରହିଛି  । ଅନ୍ୟ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ବଢୁଥିବାବେଳେ ଏହାକୁ ନେଇ ଆଗୁଆ ସତର୍ତକା ଅବଲମ୍ବର କରିଛନ୍ତି ରାଜ୍ୟ ସରକାର  ।

ସୂଚନା ଯୋଗ୍ୟ ଯେ, ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି । ଗତ କିଛି ଦିନ ମଧ୍ୟରେ ଏହି ଫ୍ଲୁ କାରଣରୁ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶ ଭଳି ରାଜ୍ୟ ପରିସ୍ଥିତକୁ ଦୃଷ୍ଟିରେ ରଖି ଦକ୍ଷୀଣ ଭାରତରୁ କୁକୁଡ଼ା ମାଂସ ଆମଦାନି ଉପରେ ରୋକ୍ ଲଗାଇ ଦେଇଛି । ବିଭିନ୍ନ ରାଜ୍ୟ ଆଲର୍ଟରେ ଅଛନ୍ତି । ତେବେ ବାର୍ଡ୍ ଫ୍ଲୁ କେବଳ ଭାରତ ନୁହେଁ ୟୁରୋପର ୧୦ଟି ଦେଶରେ ମଧ୍ୟ ବ୍ୟାପିଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ବାର୍ଡ ଫ୍ଳୁ ସତର୍କତା ମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏଥିସହିତ ପଢ଼ନ୍ତୁ:  ଭାରତ ସମେତ ୧୦ ୟୁରୋପୀୟ ରାଷ୍ଟ୍ରରେ ବ୍ୟାପିଲା ବାର୍ଡ୍ ଫ୍ଲୁ,ଜାଣନ୍ତୁ ସଂକ୍ରମଣର ୧୦ ବଡ଼ କଥା

Leave a Reply