ଭାରତ ସମେତ ୧୦ ୟୁରୋପୀୟ ରାଷ୍ଟ୍ରରେ ବ୍ୟାପିଲା ବାର୍ଡ୍ ଫ୍ଲୁ,ଜାଣନ୍ତୁ ସଂକ୍ରମଣର ୧୦ ବଡ଼ କଥା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ସହିତ ବାର୍ଡ ଫ୍ଲୁ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଗତ କେଇ ଦିନ ଭିତରେ ଏହି ଫ୍ଲୁ କାରଣରୁ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରାଣ ହରାଇଛନ୍ତି । ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣକୁ ସରକାର ସ୍ୱୀକାର କରିସାରିଲେଣି । ମଧ୍ୟପ୍ରଦେଶ ଭଳି ରାଜ୍ୟ ପରିସ୍ଥିତକୁ ଦୃଷ୍ଟିରେ ରଖି ଦକ୍ଷୀଣ ଭାରତରୁ କୁକୁଡା ମାଂସ ଆମଦାନି ଉପରେ ରୋକ୍ ଲଗାଇ ଦେଇଛି । ବିଭିନ୍ନ ରାଜ୍ୟ ଆଲର୍ଟରେ ଅଛନ୍ତି । ତେବେ ବାର୍ଡ୍ ଫ୍ଲୁ କେବଳ ଭାରତ ନୁହେଁ ୟୁରୋପର ୧୦ଟି ଦେଶରେ ମଧ୍ୟ ବ୍ୟାପିଛି ।

କେରଳରେ ବାର୍ଡ୍ ଫ୍ଲୁ ଭାଇରସ ଏଚ୫ ଏନ୍ ୮ ଷ୍ଟ୍ରେନ୍ ପ୍ରସାରକୁ ରୋକିବା ପାଇଁ କୁକୁଡା,ବତକଙ୍କୁ ମାରିବା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ,ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଫ୍ଲୁ ମାମଲା ରିପୋର୍ଟ ହେବା ପରେ ଜମ୍ମୁ ଓ କାଶ୍ମୀରରେ ଆଲର୍ଟ ଘୋଷଣା ହୋଇଛି । କେରଳରେ ପକ୍ଷୀଙ୍କ ମଧ୍ୟରେ ସଂକ୍ରମଣ ପ୍ରକୋପ ରୋକିବା ପାଇଁ ପଡୋଷୀ କର୍ଣ୍ଣାଟକ ଓ ତାମିଲନାଡୁରେ ସତର୍କତା ବଢାଇ ଦିଆଯାଇଛି । କେରଳରେ ଫ୍ଲୁ କାରଣରୁ ୧୭ଶହ ବତକ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶ କେରଳ ସମେତ ଦକ୍ଷୀଣ ଭାରତୀୟ ରାଜ୍ୟରୁ କୁକୁଡା ଆମଦାନୀ ଉପରେ ୧୦ ଦିନ ପାଇଁ ପ୍ରତିବନ୍ଧକ ଲାଗୁ କରିଛି।

ବାର୍ଡ୍ ଫ୍ଲୁକୁ ନେଇ ୧୦ ତଥ୍ୟ:
ବାର୍ଡ୍ ଫ୍ଲୁ ଟାଇପ ଏ ଭାଇରସ କାରଣରୁ ହୋଇଥାଏ । ଏହା ଏଥର କରୋନା ଭଳି ପୁରା ବିଶ୍ୱରେ ପ୍ରସାରିତ ହେବ ବୋଲି ଆଶଙ୍କା କରାଯାଉଛି ।
ବାର୍ଡ୍ ଫ୍ଲୁ ଭାଇରସରେ ଅନେକ ସଟେନ୍ ରହିଥାଏ । କିନ୍ତୁ ଯେଉଁ ସଟେନ୍ ଏବେ ଦେଖିବାକୁ ମିଳୁଛି ତାହା କେବଳ ପକ୍ଷୀଙ୍କ ମଧ୍ୟରେ ପ୍ରସାରିତ ହୋଇଥାଏ ବୋଲି କୁହାଯାଉଛି ।
ଭାରତର ୫ଟି ରାଜ୍ୟରେ ଏବେ ବାର୍ଡ୍ ଫ୍ଲୁ ଦେଖିବାକୁ ମିଳିଛି । ହରିଆନାରେ ଲକ୍ଷାଧିକ କୁକୁଡା ମରିଥିବା ବେଳେ ହିମାଚଳରେ ପ୍ରବାସୀ ପକ୍ଷୀ ଏହାର ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଶହ ଶହ ସଂଖ୍ୟାରେ କାଉ ମରିଛନ୍ତି ।
ନେଦରଲ୍ୟାଣ୍ଡ୍,ଜର୍ମାନୀ,ଫ୍ରାନ୍ସ,ବେଲଜିୟମ,ବ୍ରିଟେନ୍,ଡେନମାର୍କ,ସ୍ୱିଡେନ୍,ପୋଲାଣ୍ଡ୍,କ୍ରୋସିଆ ଓ ୟୁକ୍ରେନ ଭଳି ୧୦ ୟୁରୋପୀୟ ଦେଶରେ ବାର୍ଡ୍ ଫ୍ଲୁ ସଂକ୍ରମଣ ।
ଦକ୍ଷୀଣ କୋରିଆ ଓ ଜାପାନରେ ମଧ୍ୟ ବାର୍ଡ୍ ଫ୍ଲୁ ସଂକ୍ରମଣ ଆରମ୍ଭ ହୋଇଛି ।
ଫ୍ରାନ୍ସରେ ବାର୍ଡ୍ ଫ୍ଲୁ କାରଣରୁ ୬ ଲକ୍ଷ ପକ୍ଷୀ ପ୍ରାଣ ହରାଇଛନ୍ତି ।

Leave a Reply