ଗୁଗୁଲ୍ ପେ ରଖିଲା ସ୍ପଷ୍ଟୀକରଣ, ଭାରତୀୟ ୟୁଜର୍ସଙ୍କ ପାଇଁ ମନି ଟ୍ରାନ୍ସଫର ଚାର୍ଜ ନେବୁନି….

ନୂଆଦିଲ୍ଲୀ: ପ୍ରଥମେ ଶୁଣାଗଲା ଗୁଗୁଲ ପେ ମନି ଟ୍ରାନ୍ସଫର ବେଳେ ଚାର୍ଜ ନେବ । ଭାରତୀୟ ୟୁଜର୍ସମାନେ ଏଭଳି ଖବର ଶୁଣିବା ପରେ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କଲେ । ତା’ ଛଡ଼ା ଭାରତରେ ଏତେ ମନି ଟ୍ରାନ୍ସଫର ଆପ୍ ବ୍ୟବହାର ହେଉଛି ଯେ ଗୁଗୁଲ ପେ, କେବଳ ବିକଳ୍ପ ହୋଇ ରହିନାହିଁ । ତେଣୁ ସବୁ ଦିଗରୁ ବିଚାର କଲେ ଏକଥା ବୁଝିବା କଷ୍ଟ ନୁହେଁ ଯେ ଏଭଳି ସର୍ତ୍ତରେ ଭାରତରେ ବେପାର କରିବା ଗୁଗୁଲ ପେ ପାଇଁ କଷ୍ଟ ହୋଇଯିବ । ଏଇ ତ ରହିଲା ଗୁଗୁଲ ପେ ପକ୍ଷରୁ ମିଳିଥିବା ପ୍ରାଥମିକ ଖବର ।

ଏବେ କିନ୍ତୁ ଏନେଇ ଏକ ସ୍ପଷ୍ଟୀକରଣ ଆସିଛି । କମ୍ପାନୀ ପକ୍ଷରୁ । କମ୍ପାନୀ ଜଣାଇଛି ଯେ ମନି ଟ୍ରାନ୍ସଫର ପାଇଁ ଚାର୍ଜ ନେବା ପାଇଁ ଯେଉଁ ବ୍ୟବସ୍ଥା ଗୁଗୁଲ୍ ପେ କରୁଛି ଏହା ଭାରତୀୟ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏଇ ନିୟମକୁ ଆମେରିକାରେ ଲାଗୁ କରାଯିବ । ତେଣୁ ଭାରତୀୟ ଗ୍ରାହକମାନେ ଏଭଳି ଖବରରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

ତେବେ ଏଭଳି ଚର୍ଚ୍ଚା ମିଛ ନୁହେଁ ଯେ ଗୁଗୁଲ୍ ପେ ଏଣିକି ମନି ଟ୍ରାନ୍ସଫର ବେଳେ ଶୁଳ୍କ ଆଦାୟ କରିବ । ଏକଥା ସତ । ୨୦୨୧ ଆରମ୍ଭରୁ ହିଁ ଆମେରିକାରେ ଗୁଗୁଲ ପେ ଏକ ନୂଆ ରୂପରେ ବଜାରକୁ ଆସୁଛି । ନୂଆ ଫିଚର ଓ ଏପରିକି ନୂଆ ଲୋଗ ସହିତ । ପୁରୁଣା ଆପ୍ ଜାନୁଆରୀ ପହିଲା ପରେ ଆପେ ଆପେ କାମ କରିବା ବନ୍ଦ କରିଯିବ । ନୂଆ ଆପରେ ଇନଷ୍ଟାଣ୍ଟ ପେମେଣ୍ଟ କରିବାକୁ ହେଲେ ଆମେରିକା ଗ୍ରାହକମାନଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ।

Leave a Reply