କରୋନା ପାଇଁ ବଦଳିଲା ପରମ୍ପରା, ହାଲଓ୍ୱା ପରିବର୍ତ୍ତେ ମିଠା ଦେଇ ଆରମ୍ଭ ହେଲା ବଜେଟ ପ୍ରସ୍ତୁତି

1 min read

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ବନ୍ଦ ହେଲା ହାଲଓ୍ୱା ସେରିମନି । ସବୁ ବର୍ଷ ପରି ବଜେଟ ଆଗରୁ ଯେପରି ଏହି ଉତ୍ସବ ହେବା କଥା ତାହା ଚଳିତ ବର୍ଷ ହୋଇନାହିଁ ।  କରୋନାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଗତବର୍ଷ ପରି ଏହି ବଜେଟ ପେପରଲେସ୍ ହେବ ଏବଂ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । ସରକାରଙ୍କ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ହାଲଓ୍ୱା ଉତ୍ସବ ବନ୍ଦ ହୋଇଥିବା ବେଳେ ବଜେଟ ପ୍ରସ୍ତୁତିରେ ନିଯୁକ୍ତ କର୍ମଚାରୀମାନେ ଲକ୍-ଇନ ଅବସ୍ଥାରେ ରହିବେ । ହାଲଓ୍ୱା ବଦଳରେ ମିଠାରେ କାମ ଚଳାଯାଇଛି । କୋଭିଡ ଗାଇଡଲାଇନ ସହ କର୍ମଚାରୀଙ୍କ ସ୍ବାସ୍ଥ୍ୟ ନିରାପତ୍ତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

ପ୍ରତିବର୍ଷ ବଜେଟ ଅଧିବେଶନ ପୂର୍ବରୁ ବଜେଟ ପ୍ରସ୍ତୁତ କରିବା ଲାଗି ନର୍ଥ ବ୍ଲକରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ହାଲଓ୍ୱା ସେରିମନି ଆୟୋଜିତ ହୋଇଥାଏ । ପାରମ୍ପରିକ ଭାବେ ପ୍ରସ୍ତୁତ କରାଯାଇଥିବା ହାଲଓ୍ୱାକୁ ଖୋଦ୍ ଅର୍ଥମନ୍ତ୍ରୀ କର୍ମଚାରୀଙ୍କୁ ବଣ୍ଟନ କରିଥାନ୍ତି । ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ନିୟୋଜିତ ସମସ୍ତ କର୍ମଚାରୀ ଏହା ପାଇବା ପରେ ସେମାନେ ଲକ-ଇନରେ ରହିଥାନ୍ତି । ବଜେଟକୁ ଅତି ଗୋପନୀୟ ଭାବେ ପ୍ରସ୍ତୁତ କରିବା ତଥା ଲିକ୍ ନ ହେବା ଲାଗି ଏହି ପ୍ରକ୍ରିୟା ଦୀର୍ଘ ବର୍ଷ ଧରି ଚାଲିଆସିଛି । ଲୋକସଭାରେ ବଜେଟ ଆଗତ ହେବା ପରେ ହିଁ ସେମାନେ ପଦାକୁ ଆସିଥାନ୍ତି ।

Leave a Reply