spot_img

Latest Posts

ହୋଇପାରିନି ବିଦ୍ଯୁତ ସଂଯୋଗ, ଆଜି ଅନ୍ଧାରରେ ୧୧ ପରିବାର

ନନ୍ଦିଘୋଷ ବ୍ୟୁରୋ: ଘରେ ରହିଛି ସୁଇଚ ବୋର୍ଡ ଏବଂ ଫ୍ଯାନ। କିନ୍ତୁ ହୋଇପାରିନି ବିଦ୍ଯୁତ ସଂଯୋଗ। ଗଞ୍ଜାମ ଦିଗପହଣ୍ଡି ବ୍ଲକ ଭୁଷୁଣ୍ଡା ଗାଁରେ ଏବେବି ରାଜୁତି କରୁଛି ଅନ୍ଧକାର। ବିଦ୍ଯୁତ ସଂଯୋଗ ନଥିବାରୁ ଗ୍ରୀଷ୍ମ ଋତୁରେ ଚଳିବା କଷ୍ଟକର ହୋଇପଡୁଛି। ବାରମ୍ବାର ପ୍ରଶାସନକୁ ଏନେଇ ଅବଗତ କରାଇଥିଲେ ମଧ୍ଯ କୌଣସି ସମସ୍ଯାର ସମାଧାନ ହୋଇପାରିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଂଚାୟତର ଭୁଷୁଣ୍ଡା ଗାଁ । ଗାଁ ର ଶେଷ ମୁଣ୍ଡରେ ରହୁଛନ୍ତି ୧୧ ଟି ପରିବାର। ଘରେ ବିଦ୍ୟୁତ ଜାଳିବା ପାଇଁ ସୁଇଚ ବୋର୍ଡ ଲାଗିଛି, ଫ୍ୟାନ ଲାଗିଛି କିନ୍ତୁ ଦୁର୍ଭାଗ୍ୟର କଥା ଘରକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ବହୁବାର ସ୍ଥାନୀୟ ଲୋକ ବିଦ୍ୟୁତ କାର୍ଯ୍ୟାଳୟ ଏବଂ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଅଭିଯୋଗ ହୋଇଛି।

ବିଦ୍ୟୁତ ସଂଯୋଗ ନଥିବାରୁ ଖରା ଦିନେ ବଡ କଷ୍ଟରେ ଚଳୁଛନ୍ତି ଲୋକେ। ସଞ୍ଜ ହୋଇଗଲେ ଅନ୍ଧକାର ରାଜୁତି ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଅନ୍ଧାର ଭିତରେ ବିଭିନ୍ନ ଜନ୍ତୁର ଭୟ ତା ‘ ସାଙ୍ଗକୁ ଚୋର ଭୟ ଲାଗି ରହୁଛି ।  ଭୁଷୁଣ୍ଡା ଗାଁରେ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି TPSODL ସହକାରୀ ଯନ୍ତ୍ରୀ କହିଛନ୍ତି।

 

Latest Posts

Don't Miss