ୟୁପି ରାଜନୀତି: ବୈଠକକୁ ଡାକିଲେନି, ଜନ୍ମଦିନରେ ଶୁଭେଚ୍ଛା ବି ଜଣାଇଲେନି

1 min read

ଲକ୍ଷ୍ଣୌ: ଗତ ୨ ସପ୍ତାହ ହେଲା ଉତ୍ତରପ୍ରଦେଶରେ ଚାଲିଛି ଘନ ଘନ ବୈଠକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଜେପି କେନ୍ଦ୍ରୀୟ ଟିମ୍‌ର ଏଭଳି ବୈଠକ ୟୁପିରେ ବଡ଼ ଧରଣର ରାଜେନୖତିକ ପରିବର୍ତ୍ତନ ଆଡ଼କୁ ଇସାରା କରୁଛି । ଏହାରି ମଧ୍ୟରେ ଜନ୍ମଦିନ ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ନ ଜଣାଇବା ରାଜେନୖତିକ ପରିବର୍ତ୍ତନର ଏଭଳି ଆକଳନକୁ ଖୋରାକ୍ ଯୋଗାଇଛି ।

            ଗତକାଲି ଯୋଗୀ ଆଦିତ୍ୟ ନାଥଙ୍କ ଜନ୍ମଦିନ ଥିବା ବେଳେ ବିଜେପିର ବିଗ୍ ଫେସ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟରୁ କେହିଁ ବି ସାର୍ବଜନୀନ ଭାବେ ଯୋଗୀଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇନଥିବା ବେଳେ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଥିବା ଜଣାପଡ଼ିଛି । ତେବେ ଗତ ବର୍ଷ କରୋନା କାଳରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କୁ ଟ୍ୱିଟରେ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏଣୁ ଚଳିତ ବର୍ଷର ମହାମାରୀ ଜନିତ କ୍ଷୟକ୍ଷତି ଓ ବର୍ତ୍ତମାନର ଦୁଃଖଦ ପରିସ୍ଥିତି  ଶୁଭେଚ୍ଛା ନଜଣାଇବାର କାରଣ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

ଏଭଳି କି ଗତ ୧୮ ମଇରେ ଅମିତ ଶାହା କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚନ୍ଦ୍ର ଗେହଲଟ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ଦେଶରେ କରୋନା ପିକ୍‌ରେ ମଧ୍ୟ ଥିଲା । ଏଣୁ ଶୁଭେଚ୍ଛା ନ ଜଣାଇବାର କାରଣ କରୋନା ନୁହେଁ ବୋଲି ସ୍ପଷ୍ଟ ହୋଇଛି ।  ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ରାଜନାଥ ସିଂହ ଓ ସ୍ମୃତି ଇରାନୀ କିନ୍ତୁ ଜନ୍ମଦିନ ଅବସରେ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‌ର ଯୋଗେ ଶୁଭେଚ୍ଛା ଜଣାଇଥିଲେ ଏବଂ ଯୋଗୀଙ୍କ ଟ୍ୱିଟ୍‌ର ହ୍ୟାଣ୍ଡଲରୁ ଏହାର ଉତ୍ତର ମଧ୍ୟ ଦିଆଯାଉଥିଲା ।

ସୂଚନା ଯୋଗ୍ୟ ଯେ, ଗତ ୨୪ ମଇରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଏକ ବୈଠକ ହୋଇଥିଲା । ଯେଉଁଥିରେ ମୋଦି,ଅମିତ ଶାହ, ଜେ.ପି ନଡ୍ଡା ,ସୁନିଲ ବଂଶଲ, ଦତ୍ତାତ୍ରେୟ ହୋସବୋଲେ ସାମିଲ ଥିଲେ । ଆଗାମୀ ୧୦ ମାସ ପରେ ୟୁପିରେ ହେବାକୁ ଥିବା ନିର୍ବାଚନ ନେଇ ଏଥିରେ ଆଲୋଚନା ହୋଇଥିବା ବେଳେ ଯୋଗୀ କିନ୍ତୁ ଅନୁପସ୍ଥିତ ଥିଲେ । ଏଭଳି କି ପରବର୍ତ୍ତୀ ସମୟରେ ଦିଲ୍ଲୀରେ ଦଳର ସାଂଗଠନିକ ମହାସଚିବ ଭିଏଲ୍ ସନ୍ତୋଷ ବିଧାୟକ, ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ୟୁପିରେ ଦଳର ସ୍ଥିତି ନେଇ ଆଲୋଚନା କରିବା ସହ ଫିଡ୍‌ବ୍ୟାକ୍ ମଧ୍ୟ ନେଇଥିଲେ । ପରବର୍ତ୍ତୀ ସମୟରେ ସଂଘର ନେତାଙ୍କ ସହ ମଧ୍ୟରେ ଦିଲ୍ଲୀରେ ୟୁପି ନେଇ ଆଲୋଚନା ହୋଇଥିଲେ । କିନ୍ତୁ କୌଣସି ବି ବୈଠକରେ ଯୋଗୀ ଉପସ୍ଥିତ ନ ରହିବା ଦଳରେ ମଧ୍ୟରେ ଅଲ୍‌ ନଟ୍ ଓ୍ୱେଲ୍‌କୁ ଦର୍ଶାଉଛି ।

Leave a Reply