ପଞ୍ଜାବରେ ବିଜେପିକୁ ଝଟକା: ହେବନି ମେଣ୍ଟ, ଏକାକୀ ଲଢ଼ିବ ଶିରୋମଣି ଅକାଳୀ ଦଳ

ଚଣ୍ଡିଗଡ଼: ପଞ୍ଜାବରେ ବିଜେପି ଲାଗି ବଢିଲା ଅଡୁଆ । ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରାଯିବ ନାହିଁ ବୋଲି କହିଛନ୍ତି ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ । ତିନି କୃଷି ଆଇନକୁ ନେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଅକାଳୀ ଦଳର ଏକମାତ୍ର ମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଦଳ ପ୍ରତ୍ୟାହାର କରି ନେଇଥିଲା ।

କଂଗ୍ରେସରେ ଚାଲିଥିବା ସଂକଟ ପରିପ୍ରେକ୍ଷୀରେ ପଞ୍ଜାବରେ କ୍ଷମତାକୁ ଫେରିବା ଲାଗି ଅକାଳୀ ଦଳ ଯଥେଷ୍ଟ ଆଖି ରହିଛି । ସେପଟେ ଅକାଳୀ ଦଳକୁ ଆଶ୍ରା କରି ବିଜେପି ବି ନିର୍ବାଚନ ଲଢିବ ବୋଲି ଆଶା ରଖିଥିଲା । ମାତ୍ର କୃଷି ଆଇନକୁ ନେଇ ବିବାଦ ବଢିବା ସହ ବିଜେପି ଲୋକପ୍ରିୟତା ହରାଇଥିବାରୁ ଅକାଳୀ ଦଳ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ଏହି ଆଇନ ନେଇ ମଧ୍ୟ ସୁଖବୀର ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଥିଲେ । ଏହା ଏକ କଳା ଆଇନ ଏବଂ ୭୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଛନ୍ତି ବୋଲି କହିଛନ୍ତି ସୁଖବୀର । ଗତକାଲି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ତାଙ୍କ ଉପରେ ବର୍ଷିଥିଲେ ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ । ତିନି କୃଷି ଆଇନ ଉଚ୍ଛେଦ ନେଇ ଘୋଷଣା ସତ୍ତ୍ୱେ ଏହି ଘୋଷଣା କରିଛି ଆକାଳୀ ଦଳ ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

Leave a Reply