୧୮୦ କୋଟି ଋଣରେ ବୁଡ଼ିଥିଲେ ନିତିନ ଦେଶାଇ : FWICE ସଭାପତି ବି.ଏନ ତିୱାରୀ

1 min read

ମୁମ୍ବାଇ : ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଗଲା । ଆର୍ଥିକ ସଂକଟ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଥିଲା କିନ୍ତୁ ଏବେ ଆତ୍ମହତ୍ୟାକୁ ନେଇ ନୂଆତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ନିତିନ ୧୮୦ କୋଟି ଟଙ୍କା ଋଣରେ ବୁଡ଼ି ଥିଲେ । ସିନେମା ଜଗତରେ ଚମତ୍କାର ଚଳଚିତ୍ର ସୃଷ୍ଟିକରି ପ୍ରସିଦ୍ଧ ଲାଭ କରିଥିବା ନିତିନ ଦେଶାଇ ଆତ୍ମହତ୍ୟା କରି ସମ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ନିତିନ ଦେଶାଇ ଆର୍ଥିକ ସଂକଟ ଦେଇ ଗତିକରୁଥିଲେ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏବେ ତାଙ୍କ ମୃତ୍ୟୁକୁ ନେଇ ବଡ଼ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ନିତିନ ଏକ ଫାଇନାନ୍ସ କମ୍ପାନୀରୁ ୧୮୦ କୋଟି ଟଙ୍କା ଋଣ କରିଥିଲେ । ଏହା ମଧ୍ୟ ଜାଣିବାକୁ ମିଳୁଛି ନିତିନ ତାଙ୍କ ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତି ବନ୍ଧକ ରଖିଥିଲେ ।

 

ନିତିନ ଦେଶାଇଙ୍କ ଆତ୍ମହତ୍ୟାକୁ ନେଇ FWICE ସଭାପତି ବି.ଏନ ତିୱାରୀ ଗୁରୁତ୍ବପୂ୍ର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ ତିନିଥର ପୂର୍ବରୁ ଏବଂ ଶେଷଥର ତାଙ୍କ ସହ କଥାହୋଇଥିଲି । ତାଙ୍କ ଷ୍ଟୁଡିଓରେ ପ୍ରାୟ ୧୫୦ଜଣ ଲୋକ କାର୍ଯ୍ୟ କରନ୍ତି । ସେ ତାଙ୍କ କର୍ମଚାରୀଙ୍କ ମାସିକ ଦରମା ବକେୟା ରଖିଥିଲେ । ଆମେ ଯେତେବେଳେ ଭେଟିଲୁ ଜାଣିବାକୁ ପାଇଲୁ ସେ ଷ୍ଟୁଡିଓରେ ବିପୁଳ ଖର୍ଚ୍ଚ କରିଛନ୍ତି ।  ଗତ ଦୁଇ-ତିନି ବର୍ଷ ଧରି ତାଙ୍କ ଷ୍ଟୁଡିଓ ଚାଲୁନଥିଲା ସେ ଲଗାତାର କ୍ଷତି ସହୁଥିଲେ । ND ଷ୍ଟୁଡିଓ ତାଙ୍କର ସ୍ବପ୍ନର ପ୍ରୋଜେକ୍ଟ ଥିଲା ଏବଂ ତାଙ୍କ ଯୋଜନା ଉନ୍ନତ ଥିଲା । ଯଦିଓ ଷ୍ଟୁଡିଓରେ ସେ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ, ଯାହା ଫେରିବା ସମ୍ବବ ନୁହେଁ । କିଛି ସମୟ ପାଇଁ ତାଙ୍କ ଷ୍ଟୁଡିଓରେ ସଲମାନ ଖାନଙ୍କ ଚଳଚିତ୍ର ସୁଟିଂ କରାଯାଇଥିଲା କିନ୍ତୁ ଅନେକ ପ୍ରଡକସନ୍ ହାଉସ ସେଠାକୁ ଯିବାକୁ ଚାହୁଁନଥିଲେ । ତାଙ୍କ ଷ୍ଟୁଡିଓରେ ୧୫ଟି ସେଟ୍ ଅଛି କୌଣସି ସାମଗ୍ରୀର ଅଭାବ ନଥିଲା ।  କିନ୍ତୁ ତାଙ୍କ ଷ୍ଟୁଡିଓରେ ଲାଭ ହେଉନଥିବା କାରଣରୁ କ୍ରମାଗତ ଭାବରେ କ୍ଷତି ସହୁଥିଲେ । ତେଣୁ ତାଙ୍କ ମୁଣ୍ଡ ଉପରେ କୋଟି କୋଟି ଟଙ୍କାର ଋଣ ଭାରଥିଲା । କିଛି ଦିନ ପୂର୍ବରୁ ନିତିନ ଦେଶାଇ ତାଙ୍କ ଝିଅର ବିବାହ କରାଇଥିଲେ । ସେ ଏହା କହିଥିଲେ ଜଣେ ଅାର୍ଥିକ ସହଯୋଗୀ ଅାବଶ୍ୟକ ନଚେତ ଋଣ ଭାର ବୃଦ୍ଧି ପାଇବ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ନିତିନ ଦେଶାଇ ନିଜର ପ୍ରସିଦ୍ଧ ND ଷିଟୁ ଆତ୍ମହତ୍ୟା କରିଛନ୍ତି ।