ନୂଆ ଚାକିରିଆଙ୍କ ପାଇଁ ଖୁସି ଖବର, ତିନୋଟି କିସ୍ତିରେ ମିଳିବ ୧୫ ହଜାର
ନୂଆଦିଲ୍ଲୀ: ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚାକିରିଆଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମାଧାରୀଙ୍କ ଆକାଉଣ୍ଟରେ ସର୍ବାଧିକ ୧୫ ହଜାର ଟଙ୍କା ଟ୍ରାନ୍ସଫର ହେବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଇନସେନଟିଭ୍ ତିନୋଟି କିସ୍ତିରେ ମିଳିବ । ପ୍ରଥମ ଥର ଚାକିରି କରୁଥିବା ଯୁବପିଢିଏଥିଯୋଗୁଁ ସିଧାସଳଖ ଲାଭବାନ ହେବେ । ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ବ ଯୁବପୀଢୀ ଏଥିଯୋଗୁଁ ଉପକୃତ ହେବେ ।
ଏହା ଛଡା ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ଚାକିରି କରୁଥିବା ଓ ଦେଉଥିବା ବ୍ୟକ୍ତିଙ୍କୁ ଇପିଏଫଓ ଯୋଗଦାନରେ ଫାଇଦା ମିଳିବ । ଏଥିଯୋଗୁଁ ଉପକୃତ ହେବେ ୩୦ ଲକ୍ଷ ଯୁବପିଢି ।
ସେହିପରି ଏକ ଲକ୍ଷ ଟଙ୍କାରେ ଚାକିରି ଦେଉଥିବା ସଂସ୍ଥା ପାଇଁ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରତି ମାସରେ ସଂସ୍ଥାକୁ ତିନି ହଜାର ଟଙ୍କା ସହାୟତା କରାଯିବ । ଯାହାକି କର୍ମଚାରୀଙ୍କ ଇପିଏଫଓ ଯୋଗଦାନରେ ସାମିଲ ହେବ ।