ଫାଶୀ ତାରିଖ ଘୋଷଣା ପରେ, ଝିଅ ପାଇଁ ଏମିତି କିଛି କହିଲେ ନିର୍ଭୟାଙ୍କ ମାଆ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀଙ୍କ ଫାଶୀ ତାରିଖ ଧାର୍ଯ୍ୟ ହୋଇଛି । ଆଜି ପଟିଆଲା ହାଉସକୋର୍ଟ ଏ ନେଇ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍ ପରିସରରେ ଫାଶୀ ଦିଆଯିବ ।


ଏହାପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା । କାନ୍ଦି କାନ୍ଦି କହିଛନ୍ତି, ଦୀର୍ଘ ୮ ବର୍ଷ ପରେ, ମୋ ଝିଅକୁ ଆଜି ନ୍ୟାୟ ମିଳିଛି । ୪ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଦେଶର ମହିଳାଙ୍କୁ ଏହା ଅଧିକ ଶସକ୍ତ କରିବ । ଏହି ନିଷ୍ପତ୍ତି ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥାକୁ ଅଧିକ ମଜଭୁତ୍ କରିଛି । ଗତ ୭ ବର୍ଷ ହେବ ନ୍ୟାୟ ଅପେକ୍ଷାରେ ଥିଲେ ନିର୍ଭୟାଙ୍କ ପରିବାର । ମୋଟ୍ ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣେ ନାବାଳକ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ରହିଥିଲା । ଅନ୍ୟ ୪ ଦୋଷୀ, ଅକ୍ଷୟ ଠାକୁର, ପବନ ଗୁପ୍ତା, ମୁକେଶ ସିଂହ ଓ ବିନୟ ଶର୍ମାଙ୍କୁ ଫାଶୀଦଣ୍ଡ ଦିଆଯିବ ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

Leave a Reply