ନାଇଜେରିଆ ଜେଲ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ, ୮୦୦ ଅପରାଧୀ ଫେରାର

ନାଇଜେରିଆ: ନାଇଜେରିଆ ଜେଲ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ । ଡିନାମାଇଟ ଲଗାଇ କାନ୍ଥ ଉଡାଇ ଦେବାରୁ କେଇ କ୍ଷଣରେ ମୁକୁଳିଗଲେ ୮୦୦ ରୁ ଅଧିକ ଅପରାଧୀ । ଓୟୋରେ ଥିବା ଏକ ଜେଲରେ ଏହା ଘଟିଛି । ସେମାନଙ୍କ ମଧ୍ୟରୁ ୫୭୫ ଜଣ ବିଚାରାଧୀନ ବନ୍ଦୀ ଥିଲେ । ଫେରାର ଅପରାଧୀଙ୍କ ମଧ୍ୟରୁ ୨୬୦ ଅପରାଧୀଙ୍କୁ ଧରାଯାଇପାରିଛି ।

ବିସ୍ଫୋରଣ ପରେ କେବଳ ୬୪ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ବାହାରି ଯାଇଥିଲେ । ଦେଶରେ ଇସଲାମିକ ଆତଙ୍କବାଦୀ ସଂଗଠନର ପ୍ରଭାବ ବଢୁଥିବାବେଳେ ଉତ୍ତର ପଶ୍ଚିମାଞ୍ଚଳରେ ଅପରାଧୀ ଗ୍ୟାଙ୍ଗ ବେଶ୍ ସକ୍ରିୟ ରହିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖି ଅର୍ଥ ଆଦାୟ କରିବା ଦେଶରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଗତ ଏପ୍ରିଲରେ ଇମୋ ରାଜ୍ୟରେ ମଧ୍ୟ ଏକ ଜେଲରୁ ୧୮୦୦ ଅନ୍ତେବାସୀ ଫେରାର ହୋଇଯାଇଥିଲେ ।

Leave a Reply