ଯାଜପୁରରୁ ଆତଙ୍କବାଦୀ ମିଳିବା ଘଟଣାରେ ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି

1 min read

ଭୁବନେଶ୍ବର: କିଏ ଏହି ଆତଙ୍କବାଦୀ ?  ସୟଦ ଇଶାନ ବୁଖାରୀ ଧରା ପଡିବା ଘଟଣାରେ ତନାଘନା । ଖୁବଶୀଘ୍ର ତଦନ୍ତରେ ସହଯୋଗ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି । ଅଭିଯୁକୁ ଜେରା କରିବେ କେରଳ, ପଞ୍ଜାବ, ମହାରାଷ୍ଟ୍ର ପୋଲିସ । କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସମ୍ପର୍କରେ ଥିଲା ସୟଦ । ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ । ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା । ଆଇଏସଆଇ ଲିଙ୍କ ନେଇ ଏସଟିଏଫ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ୭ ଜଣ ମହିଳାଙ୍କୁ ସେ ବିବାହ କରିଥିବା ନେଇ ମିଳିଛି ସୂଚନା । ଖୁବଶୀଘ୍ର ଏହି ୭ ଜଣ ମହିଳାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବ । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ । କେରଳର କିଛି ମୌଳବାଦୀଙ୍କ ସମ୍ପର୍କରେ ଥିଲା ଇଶାନ । ପୂର୍ବରୁ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା STF ପକ୍ଷରୁ ସୂଚନା ମିଳିଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ରଗଡି ସ୍ଥିତ ଉପକାରାଗାରକୁ ପଠାଯାଇଛି । ଆସନ୍ତାକାଲି ସୟଦକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ STF ।