ଜମ୍ମୁ କାଶ୍ମୀର ଚର୍ଚ୍ଚିତ ହଣ୍ଡୱାଡା ନାର୍କୋ ଟେରୋର ମାମଲା: ବିଲରୁ ମିଳିଲା ୯୧ ଲକ୍ଷ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ଚର୍ଚ୍ଚିତ ହଣ୍ଡୱାଡା ନାରକୋ ଟେରୋରିଜମ୍ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ଏଜେନ୍ସି (NIA) ସାମ୍ବା ଜିଲ୍ଲାରୁ ୯୧ ଲକ୍ଷ ଟଙ୍କା ଜବତ କରିଛି । ଶୁକ୍ରବାର ବିଏସଏଫର ବରଖାସ୍ତ ହୋଇଥିବା ଅଧିକାରୀଙ୍କ ବିଲରୁ ଏହି ଟଙ୍କା ଜବତ କରାଯାଇଛି । ସାମ୍ବା ଜିଲ୍ଲାର ଗୁରୱାଲ ସ୍ଥିତ ଏକ ବିଲରେ ପ୍ରାୟ ସାତ ଫୁଟ ଗଭୀର ତଳେ ଏହି ଟଙ୍କା ସୁରକ୍ଷିତ ଭାବେ ରଖାଯାଇଥିଲା ।
ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟଙ୍କା ଅଭିଯୁକ୍ତ ରମେଶ କୁମାରଙ୍କ ଡ୍ରଗ୍ସ ସ୍ମଗଲିଙ୍ଗରୁ ମିଳିଥିଲା ।ରମେଶ କୁମାର ଯେତେବେଳେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହ ଡେପୁଟେସନରେ ଥିଲେ, ସେତେବେଳେ ନିଜ ସହ ଆତଙ୍କବାଦ ଗତିବିଧିକୁ ଚାନେଲାଇଜ କରିବା ପାଇଁ ଏହି ଟଙ୍କା ମିଳିଥିଲା । ଏହି ଟଙ୍କାକୁ ବିଲରେ ପ୍ରାୟ ସାତ ଫୁଟ୍ ତଳେ ସୁରକ୍ଷିତ ଭାବରେ ରଖାଯାଇଥିଲା ।
ପଚରାଉଚରାରେ ସହ ଅଭିଯୁକ୍ତ ମାନେ SIର ନାଁ ନେଇନଥିଲେ, କିନ୍ତୁ ଅନ୍ୟ କନେକସନ ସାମ୍ନାକୁ ଆସିଥିଲା । ରମେଶ କୁମାରକୁ ଲଗାତାର ପଚରାଉଚରା ପରେ ଏନଆଇଏର ଟିମ ବିଲ ପାଖରେ ପହଞ୍ଚିଥିଲେ, ଯେଉଁଠି ସେମାନେ ସଜ ମାଟି ଖୋଳା ହୋଇଥିବା ଦେଖିବାକୁ ପାଇଥିଲେ । ସୂଚନା ଅନୁଯାୟୀ ଗିରଫ ହେବା ପୂର୍ବରୁ ରମେଶ ମାଟି ତଳେ ଟଙ୍କା ଗୁଡ଼ିକୁ ଲୁଚାଇ ରଖିଥିଲା ।
ସୂଚନା ଅନୁଯାୟୀ ଏନଆଇଏ ମାର୍ଚ୍ଚ ୧ ତାରିଖ ଶ୍ରୀନଗର ଏବଂ ଜମ୍ମୁ ଓ କାଶ୍ମୀରରୁ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । ଏନଆଇଏ ଏହି ଅଭିଯୁକ୍ତଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେଇଥିଲେ । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ହୋଇଥିବା ଖୁଲାସା ଆଧାରରେ ଏନଆଇଏ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।