spot_img

Latest Posts

ମିଠି ନଦୀ କୂଳରେ ସଚିନ ୱାଜେଙ୍କୁ ନେଇ NIAର ସର୍ଚ୍ଚ ଅପରେସନ୍, ନମ୍ବର ପ୍ଲେଟ୍ ସହ ମିଳିଲା ହାର୍ଡଡିସ୍କ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ତଦନ୍ତ କରୁଥିବା NIA ଗିରଫ ଆଇପିଏସ୍ ଅଫିସର ସଚିନ ୱାଜେଙ୍କୁ ନେଇ ମିଠି ନଦୀରେ ଖାନତଲାସୀ କରିଛି । ନଦୀ ଗର୍ଭରୁ NIA ୨ଟି ନମ୍ବର ପ୍ଲେଟ୍ ସହ ଡିବିଆର୍ ସମେତ ଅନ୍ୟ କେତେକ ପ୍ରମାଣ ପାଇଛି । କୁହାଯାଉଛି ଡିବିଆରକୁ ନଷ୍ଟ କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିଲା । ନଦୀରୁ ୨ଟି ସିପିୟୁ ଓ ଏକ ହାର୍ଡ ଡିସ୍କ ମଧ୍ୟ ମିଳିଛି । ୨ଟି ନମ୍ବର ପ୍ଲେଟ୍ ମିଳିଥିବା ବେଳେ ଉଭୟ ପ୍ଲେଟରେ ଗୋଟିଏ ଗାଡ଼ି ନମ୍ବର ରହିଛି ।

ଲଗାତାର ସୂଚନା ମିଳିବା ପରେ NIA ଟିମ୍ ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଥିଲା । ତଦନ୍ତକାରୀ ସଂସ୍ଥା ଅନୁଯାୟୀ ମିଳଥିବା ସମସ୍ତ ଉପକରଣ ଆଣ୍ଟିଲିଆ ଓ ମନସୁଖ ହିରେନ ମାମଲା ସହ ଜଡ଼ିତ ଅଟେ ।

 NIA Reaches Mithi River With Sachin Waze Number Plates And DVRs Recovered

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ଗାଡ଼ିରେ ଜିଲୋଟିନ୍ ଷ୍ଟିକ୍ ମିଳିବା ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେ ଏପ୍ରିଲ୍ ୩ ତାରିଖ ଯାଏ NIA ହେପାଜତରେ ଅଛନ୍ତି । ଏନଆଇଏ ସଚିନ ୱାଜେଙ୍କୁ ମାର୍ଚ୍ଚ ୧୩ରେ ଗିରଫ କରିଥିଲା । ଏହା ପୂର୍ବରୁ ଏନଆଇଏ ମନସୁଖଙ୍କ ମୃତଦେହ ମିଳିଥିବା ସ୍ଥାନକୁ ସଚିନ୍ ୱାଜେଙ୍କୁ ନେଇଥିଲା ।

Latest Posts

Don't Miss