ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ NIAର ରେଡ୍

1 min read
Kashmir Kulgam Encounter Two Let Militants Killed

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀ NCR ଏବଂ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ରେଡ୍ କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA)। ଜମ୍ମୁ-କାଶ୍ମୀରର କାକାପୁରସ୍ଥିତ ଓଓ୍ବେସି ଅହମ୍ମଦ ଦରଙ୍କ ବାସଭବନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି। ଏଥିସହିତ ପରିମପୁରା, ଚଟବାଲ୍, ଚନାପୋରା, ସୋଲିନା ଆଦି ଅଞ୍ଚଳରେ ମଧ୍ୟ ରେଡ୍ କରିଛି ।

Terrorist

ନିକଟରେ କାଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କୀ ହମଲାରେ ସମ୍ପୃକ୍ତି ସନ୍ଦେହରେ ଅହମ୍ମଦ ଦରଙ୍କ ଘରେ ଚଢ଼ାଉ କରିଛି NIA । ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଅଲ ବାର ଆଦି ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ସନ୍ଦେହରେ ସେଣ୍ଟ୍ରାଲ କାଶ୍ମୀରରେ ଏହି ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ସେପଟେ ନକଲି ବନ୍ଧୁକ ଲାଇସେନ୍ସ ସ୍କାମରେ IAS ଅଫିସର ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳଙ୍କ ପରାମର୍ଶଦାତା ବସିର ଅହମ୍ମଦ ଖାନଙ୍କ ଘରେ ଚଢ଼ାଉ କରିଛି CBI । ଶ୍ରୀନଗରର ବୁଲବୁଲ ବାଗସ୍ଥିତ ବସିର ଅହମ୍ମଦ ଖାନଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ନକଲି ବନ୍ଧୁକ ଲାଇସେନ୍ସ ସ୍କାମରେ ଖାନଙ୍କ ନାଁ ଆସିବା ପରେ ତାଙ୍କୁ ସମସ୍ତ ଦାୟିତ୍ବରୁ ହଟାଇଛନ୍ତି ଜାମ୍ମୁ-କାଶ୍ମୀର ସରକାର ।

Leave a Reply