ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ବାଙ୍ଗାଲୋର: ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ । ଗୁରୁବାର ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଆଜି ବେଙ୍ଗାଳୁରୁରେ ଖେଳାଯାଇଥିବା ଏହିହ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୧୭୧ ରନ କରିଥିଲା ଶ୍ରୀଲଙ୍କା। କୁଶଲ ପରେରା ଦଳ ପାଇଁ ସର୍ବାଧିକ ୫୧ରନ କରିଥିବାବେଲେ ମହେଶ ତୀକ୍ଷଣା ଦ୍ବିତୀୟ ସର୍ବାଧିକ ୩୯ ରନ କରିଥିଲେ । କିୱି ବୋଲର ଟ୍ରେଣ୍ଟ ବୋଲ୍ଟ  ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଲକି ଫର୍ଗୁସନ, ମିଚେଲ ସେଣ୍ଟନର, ରଚିନ ରବୀନ୍ଦ୍ର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଟିମ ସାଉଦିଙ୍କୁ ଗୋଟିଏ ୱିକେଟ ମିଳିଥିଲା । ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଖେଳିବା ସହ ୨୩.୨ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ କନଓ୍ବେ ୪୫, ରବୀନ୍ଦ୍ର ୪୨ ଓ ମିଚେଲ ୪୩ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମେଥ୍ୟୁସ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ଟେଣ୍ଟ ବୋଲ୍ଟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଏହି ବିଜୟ ଫଳରେ ଦଳର ସେମିଫାଇନଲ ଆଶା ଏକପ୍ରକାର ଉଜ୍ଜ୍ବଳ ହୋଇଛି । ଆସନ୍ତାକାଲି ଦୁଇଟି ମ୍ୟାଚ ଥିବବେଳେ ପୁନେରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତା । ସେହିପରି ଇଡେନ ଗାର୍ଡେନରେ ହେବ ଅଷ୍ଟ୍ରେଲିଆ ବାଂଲାଦେଶ ମଧ୍ୟରେ ଟକ୍କର ।