୪ ଦିନ ପରେ ସରିବ ୩ ମାସର ଡେଡଲାଇନ୍, ଧରପଗଡ଼ ପାଇଁ ଟ୍ରାଫିକ୍ ବିଭାଗର ବ୍ଲୁ ପ୍ରିଣ୍ଟ

1 min read

ଭୁବନେଶ୍ୱର : ଆଉ ମାତ୍ର ୪ ଦିନ ରହିଲା । ଆପଣ ବୁଝିପାରୁଥିଲେ କଣ ପାଇଁ ୪ ଦିନ । ସରିଯିବ ୩ ମାସର ଡେଡଲାଇନ୍ । ଏବେ ରାତିରେ କିଛି ଲୋକଙ୍କୁ ନିଦ ନାହିଁ । କାରଣ ଶେଷ ହୋଇନି ଗାଡ଼ିର କାଗଜପତ୍ର କାମ । ତେଣୁ ଚିନ୍ତାରେ ଲୋକେ । ଏପଟେ ଆରଟିଓରେ ଯେ, ନାହିଁ ନଥିବା ଭିଡ଼ । ଏଥର ଲୋକଙ୍କୁ ଧରପଗଡ଼ ପାଇଁ ଏବଂ ନିୟମର କଡ଼ା କଡ଼ି ପାଳନ ପାଇଁ ଟ୍ରାଫିକରେ ଲାଗୁ ହୋଇଛି 3-E । ଏହାକୁ ସବୁଠି ଲାଗୁ କରିବାକୁ ବିଭାଗ ପକ୍ଷରୁ ପ୍ରୟାସ କରାଯିବ ।

ଏବେ କଣ କଣ ଦରକାର ?

୧- ଆପଣଙ୍କର ବୈଧ ଡ୍ରାଇଭିଂ ଲାଇଲେନ୍ସ ରହିଥିବା ଆବଶ୍ୟକ
୨- ଲାଇସେନ୍ସ ସହ ପ୍ରଦୂଷଣ ସାର୍ଟିଫିକେଟ୍ ମଧ୍ୟ ବାଧ୍ୟତାମୂଳକ
୩- ଗାଡ଼ିର ଇନ୍ସୁରାନ୍ସ ନିହାତି ଆବଶ୍ୟକ
୪- ୧୫ ବର୍ଷରୁ ଅଧିକ ଗାଡ଼ି ପାଇଁ ଦରକାର ଫିଟନେସ୍ ସାର୍ଟିଫିକେଟ୍
୫- ଗାଡ଼ିର ଆରସି ବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ରଖିବାକୁ ଭୁଲିବେନି

ଏହି ୫ଟି କାଗଜପତ୍ର ଗାଡ଼ିରେ ରଖିବା ନିହାତି ଦରକାର । ୪ ଦିନ ପରେ ସରିବ ୩ ମାସର ଡେଡ୍‌ଲାଇନ୍‌ । ଡିସେମ୍ବର ପହିଲାରୁ ପୁଣିଥରେ କଡ଼ାକଡ଼ି ହେବ ନୂଆକରି ଲାଗୁ ହୋଇଥିବା ଟ୍ରାଫିକ ନିୟମ । ଆଉ ଏଥର ନିୟମ ଉଲ୍ଲଂଘନ କଲେ ଚଳିବ ନାହିଁ । ନିୟମ ମାନିବାକୁ ପଡ଼ିବ, ନହେଲେ ତଣ୍ଡ ଗଣିବେ । କମିଶନରେଟ ପୋଲିସ ଟ୍ରିପ୍‌ଲ -E ଉପରେ ଗୁରୁତ୍ୱ ଦେଉଛି । ସଚେତନ କରାଯାଇଛି, ଏଥର ଫୁଲ୍‌ ଅନ୍ ଆକ୍ସନ । ଟ୍ରାଫିକ ନିୟମ ନେଇ ହେବ ଜୋର୍‌ଦାର୍‌ ଧରପଗଡ଼ । ଉଲଂଘନକାରୀଙ୍କୁ ଆଉ ମିଳିବ ନାହିଁ ନିସ୍ତାର । ଭୁବନେଶ୍ୱରରେ ଟ୍ରାଫିକ କ୍ଷେତ୍ରରେ ଲାଗୁ ହେବ ଟ୍ରିପଲ-E । ଏଜୁକେସନ, ଏନ୍‌ଫୋର୍ସମେଣ୍ଟ ଏବଂ ଇଞ୍ଜିନିୟରିଂ । ଶିକ୍ଷା ଦ୍ୱାରା ସମସ୍ତେ ସଚେତନ ହେବେ । ଏନଫେର୍ସମେଣ୍ଟ ଫଳରେ ନିୟମ ଲାଗୁ କରାଯାଇପାରିବ ଏବଂ ଇଞ୍ଜିନିୟରିଂ ମାଧ୍ୟମରେ ନୂଆ ରଣ କୌଶଳ ଆପଣାଯାଇ ପାରିବ ।

https://nandighoshatv.comfrom-first-december-traffic-rules-may-be-tight-in-odisha-again/

ମଦ୍ୟପ ଡ୍ରାଇଭରଙ୍କ ଉପରେ ପୋଲିସ ଅଧିକ ନଜର ରଖିବ । ନୂଆ ନିୟମ ଲାଗୁ ପରେ ଲୋକେ ସଚେତନ ହୋଇଛନ୍ତି । ଓଡ଼ିଶାରେ ଗତ ୩ ମାସରେ ୧୬ ପ୍ରତିଶତ ଦୁର୍ଘଟଣା କମିଛି । ମୋଟର ଯାନ ନିୟମକୁ ମାନିବା ପାଇଁ ଇନଚାର୍ଜ ପୋଲିସ ଡିଜି ଲୋକଙ୍କୁ ଅପିଲ କରିଛନ୍ତି । ଡିସେମ୍ବର ପହିଲାରେ ତିନି ମାସର ଡେଡ୍‌ ଲାଇନ୍‌ ସରୁଥୁବାରୁ ଆର୍‌ଟିଓରେ ପୁଣି ଲାଗିଲାଣି ଭିଡ଼ । ସମୟ ଦେବା, ସଚେତନ କରାଯିବା ଏବଂ ଆର୍‌ଟିଓରେ ଅଧିକ ସମୟ ଦିଆଯିବା ସତ୍ୱେ ଲୋକେ ସଂପୂର୍ଣ୍ଣ ସୁଧୁରି ନଥିବା ଏଥିରୁ ଜଣାପଡୁଛି । ଡିଏଲ୍‌ ଆବେଦନ ପାଇଁ ଆର୍‌ଟିଓ ଅଫିସ୍‌ରେ ବଢୁଛି ଲୋକଙ୍କ ଭିଡ଼ । ଆର୍‌ଟିଓ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଝାଳନାଳ ହେଉଛନ୍ତି । ଆରଟିଓରେ ଭିଡ଼ ରହୁଥିବାରୁ ଆହୁରି ଅଧିକ କାଉଣ୍ଟର ଖୋଲିବାର ଆବଶ୍ୟକତା ଥିବା ଆବେଦନକାରୀ କହିଛନ୍ତି । ଅନ୍ୟପକ୍ଷରେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଦୁର୍ଘଟଣା କମିଛି । ଗତ ୩ ମାସରେ ଓଡ଼ିଶାରେ ୧୬ ପ୍ରତିଶତ କମିଛି ଦୁର୍ଘଟଣା । ତେବେ

Leave a Reply