ପ୍ରବାସୀ ଭାରତୀୟଙ୍କ ବିବାହ ନେଇ ବଡ଼ ନିୟମ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଭାରତୀୟ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପରେ ହେଉଥିବା ବିବାଦ, ବିଶେଷ କରି ଠକାମୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଲ କମିଶନ। ଏହି ଚିନ୍ତାକୁ ଦୂର କରିବା ପାଇଁ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ସହ ବିବାହର ପଞ୍ଜିକରଣ ଭାରତରେ ବାଧ୍ୟତାମୂଳକ କରିବାକୁ ସୁପାରିଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏନଆରଆଇ ଭାରତୀୟ ନାଗରିକଙ୍କ ସହ ବିବାହ କରିା ପରେ ଠକେଇ ମାମଲା ବଢୁଛି ଯାହା ଚିନ୍ତାଜନକ । ଏଭଳି ମାମଲା ଲଗାତାର ବଢିବାରେ ଲାଗିଛି। ଏଥିରେ ବିଶେଷ କରି ଭାରତୀୟ ମହିଳାଙ୍କୁ ପ୍ରଭାବିତ ହେବାକୁ ପଡୁଛି। ରିପୋର୍ଟରେ ସୁପାରିଶ କରାଯାଇଛି ଯେ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ୱୁ ବିବାହକୁ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ କରାଯିବା ଦରକାର। ଏଥିରେ ବିବାହ ଏବଂ ବିବାହ ବିଛେଦ ବା ଛାଡପତ୍ର, ଭରଣ ପୋଷଣ ନିୟମ ଏବଂ ସର୍ତ୍ତ ସାମିଲ ହେବା ଦରକାର। ଏହାସହ ଜୀବନସାଥୀ ଏବଂ ପିଲାଙ୍କ ଭରଣ ପୋଷଣ ସହ ଏନଆରଆଇ ଏବଂ ଓସିଆରଆଇଙ୍କୁ ଆବଶ୍ୟକତା ପଡିଲେ ସମନ ଏବଂ ଅନ୍ୟ ସମ୍ବନ୍ଧୀୟ ନ୍ୟାୟିକ ଦସ୍ତାବିଜ୍ ସାମିଲ ଅଧିକାର ନିୟମ ହେବା ଆବଶ୍ୟକ।

ପାସପୋର୍ଟରେ ଲେଖାଯାଉ ବିବାହ ପଞ୍ଜୀକରଣ ନମ୍ବର। ବିବାହ ପୂର୍ବରୁ ବର କନ୍ୟାଙ୍କ ନିଜ ବୈବାହିକ ସ୍ଥିତିର ଘୋଷଣା, ପତି-ପତ୍ନୀଙ୍କ ପାସପୋର୍ଟକୁ ପରସ୍ପର ସହ ଯୋଡିବା ଏବଂ ଉଭୟଙ୍କ ପାସପୋର୍ଟ ଉପରେ ବିବାହ ପଞ୍ଜୀକରଣ ସଂଖ୍ୟା ଉଲ୍ଲେଖ କରିବା ବାଧ୍ୟତାମୂଳକ କରିବା ପାଇଁ ପାସପୋର୍ଟ ଅଧିନିୟମ ୧୯୬୭ରେ ସଂଶୋଧନ କରିବା ବାଧ୍ୟତାମୂଳକ କରିବା। ଲ କମିଶନଙ୍କ ସୁପାରିଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏଭଳି ବିବାହ ସହ ଜଡିତ ବିବାଦର ସମାଧାନ ଅଧିକାର ଘରୋଇ ଅଦାଲତଙ୍କୁ ଦିଆଯାଉଛି।