ଛାଡପତ୍ରର ୩୧ ଦିନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମ ମିଳିଲା !

ନନ୍ଦିଘୋଷ ବ୍ୟୁରୋ ; କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାନକୋଭିକ୍ ଗତ ବର୍ଷ ଜୁଲାଇରେ ଛାଡପତ୍ର ନେଇଥିଲେ। ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ଏବେ ଦୁହେଁ ସେମାନଙ୍କର ନୂତନ ଜୀବନ ଆରମ୍ଭ କରୁଛନ୍ତି। ଇତି ମଧ୍ୟରେ, ସେମାନଙ୍କର ନୂତନ ସାଥୀଙ୍କ ବିଷୟରେ ଆଲୋଚନା ହେଉଛି। ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟିକା ଏବଂ ଟିଭି ଷ୍ଟାର ଜାସ୍ମିନ୍ ୱାଲିଆଙ୍କ ସହ ଯୋଡା ଯାଇଥିବା ବେଳେ, ନତାଶାଙ୍କ ନାମ ଆଲେକଜାଣ୍ଡାର ଇଲିକ୍ ସହିତ ମଧ୍ୟ ଯୋଡା ଯାଇଥିଲା। ଏ ସବୁ ସତ ନା ମିଛ, କେବଳ ସେମାନେ ହିଁ କହିପାରିବେ। କିନ୍ତୁ ନତାଶା ଛାଡପତ୍ର ପରବର୍ତ୍ତୀ ଜୀବନ ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ପୁଣି ଥରେ ପ୍ରେମରେ ପଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏକ ଗଣମାଧ୍ରମ ସହ ଏକ ଆଲୋଚନାରେ ନତାଶା ଷ୍ଟାନକୋଭିକ୍ ସ୍ୱୀକାର କରିଛନ୍ତି ଯେ ସେ ପୁଣି ଥରେ ପ୍ରେମରେ ପଡ଼ିବାକୁ ପ୍ରସ୍ତୁତ। ସେ କହିଥିଲେ ଯେ ଗତ ବର୍ଷ ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା। କିନ୍ତୁ ଏବେ ସେ ଏକ ନୂତନ ଜୀବନ ପାଇଁ ପ୍ରସ୍ତୁତ।

ନତାଶା ମାର୍ଚ୍ଚ ମାସରେ ହିଁ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏ ବିଷୟରେ କଥା ହୋଇ ସେ କହିଛନ୍ତି ଯେ ଏହି ବର୍ଷ ତାଙ୍କ ପାଇଁ ସୁନ୍ଦର ଏବଂ ସ୍ୱତନ୍ତ୍ର। ସେ ସାରା ଦିନ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହିତ ରହିଥିଲେ। ରାତିରେ ବନ୍ଧୁମାନଙ୍କୁ ଭେଟିଲି  ।  ଦିନଟି ବହୁ ଖୁସିରେ କଟିଗଲା।