ଚର୍ଚ୍ଚାରେ ସର୍ବକନିଷ୍ଠ ଆଇଆଇସି ଅଧ୍ୟକ୍ଷ ଜୟ ଶାହ ; ବିଶ୍ୱ କ୍ରିକେଟ ଉପରେ ଏବେ କରିବେ ରାଜ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇଆଇସି)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଏବେ ଚର୍ଚ୍ଚାରେ ଶାହ ଫଳରେ ୨୦୨୪ ଡିସେମ୍ବରରୁ ସେ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ସମ୍ମାନଜନକ ଭୂମିକା ତୁଲାଇବେ 

ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ ଶାହ ପୂର୍ବରୁ ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍ସଲେ ତୃତୀୟ ଥର କାର୍ଯ୍ୟକାଳ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିବାପରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଆଇସିସି  

ଏପରିକି ଆଇସିସିର ମୁଖ୍ୟ ପଦରେ ବସିବାରେ ଜୟ (୩୫ ବର୍ଷ) ସର୍ବକନିଷ୍ଠ  ଏବଂ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସେ ୫ମ ଭାରତୀୟ । ଏଥିପୂର୍ବରୁ ସେ ଆଇସିସିର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ସବ୍‌କମିଟିର ସଦସ୍ୟ ଥିଲେ। ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ନିର୍ବାଚିତ ହେବା ପରେ  ଶାହ ବିଶ୍ବ ସଂଗଠନର ମୁଖ୍ୟ ପଦରେ ରହିଥିବା ଅନ୍ୟ ଭାରତୀୟ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌.  ଶ୍ରୀନିବାସନ ଓ ଶଶାଙ୍କ ମନୋହରଙ୍କ ସହିତ ସାମିଲ ହୋଇଛନ୍ତି।

କ୍ରିକେଟର ଲୋକପ୍ରିୟତା ଆହୁରି ବୃଦ୍ଧି ବିଶ୍ୱର ଅନ୍ୟ ସ୍ଥାନରେ କ୍ରିକେଟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଶାହ ବିଶେଷକରି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପୁଣି କମବ୍ୟାକ୍ କରୁଥିବାରୁ କ୍ରିକେଟର ଉନ୍ନତି ପାଇଁ ଏହା ବଡ଼ ଅବସର ହେବ ବୋଲି କୁହାଯାଉଛି । ଅକ୍ଟୋବର ୨୦୧୯ରୁ ବିସିସିଆଇର ସମ୍ପାଦକ ରହିଥିଲେ ଶାହ ସେହିପରି ଜାନୁଆରୀ ୨୦୨୧ରୁ ଏସିଆନ କ୍ରିକେଟ କାଉନସିଲର ମଧ୍ୟ ଚେୟାରମ୍ୟାନ ରହିଥିଲେ