ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ପାଇଁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଏକ ନୂଆ ଯ଼ୋଜନା ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଜି ଠାରୁ ଖୋଲିଛି ଦୁରାରୋଗ୍ୟ ଉପଶମ କେନ୍ଦ୍ର ।  ବିଭିନ୍ନ ଦୁରାରୋଗ୍ୟ କ୍ଷେତ୍ରରେ ଚିକିତ୍ସା ପରାମର୍ଶଠୁ ନେଇ ନିଦାନ ପର୍ଯ୍ୟନ୍ତ ସବୁ ସୁବିଧା ଏଠାରେ ରହିବ । ବିଶେଷ କରି କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହି ସ୍ବତନ୍ତ୍ର ୟୁନିଟ କାମ କରିବ । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ସ୍ଲୋଗାନ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା କ୍ଷେତ୍ରରେ ଏହି ଯ଼ୋଜନା ସହାୟକ ହେବ ବୋଲି ସେ କହିଛନ୍ତି। ଏଥିରେ ଉଭୟ ଆଉଟ ଡୋର ଓ ଇନଡୋର ରୋଗୀ ଉପକୃତ ହେବେ । ନୂଆ ଯ଼ୋଜନା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ଜିଲ୍ଳ।କୁ 10 ଲକ୍ଷ 25 ହଜାର ଲେଖାଏଁ ଭିତ୍ତିଭୂମି ଉନ୍ନତି ପାଇଁ ଦିଆଯିବ ।  39 ଜଣ ମେଡ଼ିକାଲ ଅଫିସର ଓ 42ଜଣ ଷ୍ଟାଫ ନର୍ସଙ୍କୁ ଦୁରାରୋଗ୍ୟ ଉପଶମ କେନ୍ଦ୍ର ପରିଚାଳନା ତାଲିମ ଦିଆଯାଇଛି । ପ୍ରତି ୟୁନିଟରେ 6 ଶଯ୍ୟା ରହିବ । ଏପରିକି ରୋଗୀଙ୍କ ଘରେ ଏହି ସୁବିଧା ପହଞ୍ଚାଇବା ପାଇଁ ନବରଙ୍ଗପୁରରେ ‘ଡ଼େ।ର ଟୁ ଡ଼େ।ର’ ବ୍ୟବସ୍ଥା କରାଯାଇଛି । ଏହି ଯ଼ୋଜନାରେ ହୃଦରୋଗ, ଯ଼କୃତ, ପାରାଲିସିସ, ଏଡସ, ବ୍ରେନ ଏବଂ ହାର୍ଟ, ଷ୍ଟ୍ରେ।କ, ହେମିପ୍ଲେଗିଆ, ଓ ଥାଲାସେମିଆ ଭଳି ରୋଗୀ ମଧ୍ୟ ଦୁରାରୋଗ୍ୟ ଉପଶମ କେନ୍ଦ୍ର ମାଧ୍ୟମରେ ଉପକୃତ ହେବେ । 2017 ମେ ମାସରେ ମୁ୍ଖ୍ୟମନ୍ତ୍ରୀ  ଜିଲ୍ଲା ସ୍ତରରେ କର୍କଟ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ଏହା ମଧ୍ୟରେ 30 ହଜାର କର୍କଟ ରୋଗୀଙ୍କୁ ମାଗଣାରେ ଚିକିତ୍ସା ପରାମର୍ଶ ଓ 14 ହଜାର ରୋଗୀଙ୍କୁ ମାଗଣାରେ କେମୋଥେରାପି ଦିଆଯାଇଛି । 86 ପ୍ରକାର ଔଷଧ ମାଗଣାରେ ଯ଼ୋଗାଇ ଦିଆଯାଇଛି । ')}

Leave a Reply

Your email address will not be published.