୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି: ସ୍କଲ ଓ କଲେଜ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ

1 min read

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘ ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ‘ନୂଆ ଜାତୀୟ ଶିକ୍ଷା ନୀତି 2020’କୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ଅନୁମତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ମିଳିତ ଭାବେ ଏହି ନୂତନ ଶିକ୍ଷା ନୀତି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ସମୟରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ’ନୂତନ ଜାତୀୟ ଶିକ୍ଷା ନୀତି’ ଅନୁମୋଦନ କରାଯାଇଛି। ସେପ୍ଟେମ୍ବର-ଅକ୍ଟୋବରରେ ନୂତନ ଏକାଡେମିକ୍ ସେସନ୍ ଆରମ୍ଭ ହେବାକୁ ଯାଉଛି ଏବଂ ସରକାର ତା’ ପୂର୍ବରୁ ଏହି ନୀତି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଅମିତ ଖେର କହିଛନ୍ତି ଯେ ମୋଟ ଜିଡିପିର ପ୍ରାୟ 4.4% ଶିକ୍ଷା ପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ଆମେ ଏହାକୁ 6% କରିବାକୁ ଚାହୁଁଛୁ ।

ଭାଷା ଚୟନ ନେଇ ବିକଳ୍ପ ବୃଦ୍ଧି ପାଇଲା

ନୂତନ ଶିକ୍ଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଭାଷା ବିକଳ୍ପକୁ ବୃଦ୍ଧି କରାଯାଇଛି | ଛାତ୍ରମାନେ 2 ରୁ 8 ବର୍ଷ ବୟସରେ ଶୀଘ୍ର ଭାଷା ଶିଖନ୍ତି | ତେଣୁ, ଆରମ୍ଭରୁ ସ୍ଥାନୀୟ ଭାଷା ସହିତ ସେମାନଙ୍କୁ ତିନୋଟି ଭିନ୍ନ ଭାଷାରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି | ନୂତନ ଶିକ୍ଷା ନୀତି ଅନୁଯାୟୀ, ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଅତି କମରେ ଦୁଇ ବର୍ଷର ଏକ ଭାଷା ପାଠ୍ୟକ୍ରମ ମଧ୍ୟ ପ୍ରସ୍ତାବିତ |

ଫିଜିକାଲ୍ ଏଜୁକେସନକୁ କରାଯାଇଛି ବାଧ୍ୟତାମୂଳକ

ଛାତ୍ରଙ୍କ ମାନସିକ ସହିତ ଶରିରୀକ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ଫିଜିକାଲ ଏଜୁକେସନ୍ ବାଧ୍ୟତାମୂଳକ କରାଯାଇଛି ।  ସମସ୍ତ ଛାତ୍ର ସ୍କୁଲର  ସବୁ ସ୍ତରରେ ଖେଳ ମାର୍ଶଲ ଆର୍ଟ, ଡ୍ୟାନ୍ସ ଏବଂ ଯୋଗ ଭଳି ଏକ୍ସଟ୍ରା କରିକୁଲାମ୍ ଆକ୍ଟିଭିଟିକୁ ସାମିଲ କରାଯାଇଛି ।

ସ୍କୁଲ୍ ଶିକ୍ଷାରେ ୧୦ମ ଏବଂ +୨ ଫର୍ମାଟ ଶେଷ

ନୂଆ ଶିକ୍ଷା ନୀତି ଅନୁଯାୟୀ ସ୍କୁଲ ଶିକ୍ଷାରେ ୧୦ଏବଂ +୨ ଫର୍ମାଟକୁ ଶେଷ କରାଯାଇଛି । ବର୍ତ୍ତମାନ ଏହାକୁ ୫+୩+୩+୪ ଫର୍ମାଟରେ କରାଯାଇଛି । ଏହାର ମାନେ ହେଉଛି ସ୍କୁଲ କ୍ୟାରିୟରର ପ୍ରଥମ ୫ ବର୍ଷରେ ପ୍ରି ପ୍ରାଇମେରୀ ସ୍କଲର ପ୍ରଥମ ୩ ବର୍ଷ ଏବଂ ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ରହିଛି । ଏହା ପରର ୩ ବର୍ଷ ଅର୍ଥାତ ତୃତୀୟ ଶ୍ରେଣୀଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅବଧିକୁ ପ୍ରସ୍ତୁତି ପର୍ଯ୍ୟାୟଭାବେ ବିଭାଜିତ କରାଯିବ । ଏବଂ ଏହାର ପରର ୩ ବର୍ଷକୁ ମଧ୍ୟମ ଚରଣ ଭାବେ ବିବେଚିତ କରାଯାଇଛି । ଅର୍ଥାତ ଷଷ୍ଠରୁ ଅଷ୍ଟମ । ଏବଂ ଅନ୍ତିମ ପର୍ଯ୍ୟାୟ ହେଉଛି ମାଧ୍ୟମିକ ଅବସ୍ଥା, ଯାହାର ଅବଧି ରହିଛି ଚାରି ବର୍ଷ । ଯେଉଁଥିରେ ନବମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିବ ।

Leave a Reply