ପୁଣି କୋଭିଡ୍ ସଂକ୍ରମଣ ଭୟ: ଲଣ୍ଡନ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

1 min read

ଭୁବନେଶ୍ୱର: ଲଣ୍ଡନ ଭୟ ଭାରତକୁ ଘାରିଛି । ଯଦିଓ ସେଠାରେ ନୂଆକରି ଦେଖାଯାଇଥିବା କରୋନା ଭୁତାଣୁର ରୂପାନ୍ତରଣ ଭାରତରେ ମିଳିନାହିଁ, କିନ୍ତୁ ସରକାର ଆଗୁଆ ସତର୍କତା ଜାରି କରିଛନ୍ତି । ଏହି ଅନୁସାରେ ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ଫେରିଥିବା ଯାତ୍ରୀଙ୍କୁ ପ୍ରଶାସନ ଆଗରେ ବାଧ୍ୟତାମୂଳକ ଘୋଷଣାନାମା ଦାଖଲ କରିବାକୁ କୁହାଯାଇଛି । ଏହାବାଦ୍ ୧୪ ଦିନ ଯାଏ ନିଜ ଘରେ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଣା ମନ୍ତ୍ରଣାଳୟର ପରାମଶର୍କ୍ରମେ ରାଜ୍ୟ ସରକାର ଏହି ନିର୍ଦଶନାମା ଜାରି କରିଛନ୍ତି ।

ଏହି ନିର୍ଦେଶନାମାରେ କୁହାଯାଇଛି, ଯେଉଁମାନେ ଗଲା ୧୪ ଦିନ ଭିତରେ ଲଣ୍ଡନରୁ ଫେରିଛନ୍ତି ସେମାନେ ବିମାନବନ୍ଦରରେ ନିଜର ଘୋଷଣାନାମା ଦାଖଲ କରିବେ । ଫେରିବାର ୧୪ ଦିନ ଯାଏଁ ସଙ୍ଗରୋଧରେ ରହିବେ । ପୁଣି ଏହି ସମୟରେ ସେମାନେ କେଉଁଠି ରହିବେ ତାହା ଜଣାଇବେ । ସେହି ଅନୁସାରେ ସ୍ଥାନୀୟ ପ୍ରଶାସନ ତାଙ୍କ ନିୟମିତ ତଦାରଖ କରିବେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ଏହି ସମୟରେ ଯଦି କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ସେମାନଙ୍କୁ ଡାକ୍ତରଖାନା ବା ଆନୁଷ୍ଠାନିକ କୋଭିଡ୍ କେନ୍ଦ୍ରକୁ ପଠାଯିବ । ସେମାନଙ୍କ ନମୁନାର ଆରଟି ପିସିଆର୍ ପରୀକ୍ଷଣ ମଧ୍ୟ ହେବ ।

Know The Three Districts Of Odisha, Where Active Covid Case Less Than 10

ଗତ କିଛିଦିନ ହେଲା ଲଣ୍ଡନରେ ସାର୍ସକୋଭ୍-୨ ବା କୋଭିଡ୍ ୧୯ ଭୁତାଣୁର ଏକ ନୂଆ ରୂପାନ୍ତରଣ ଦେଖାଯାଇଥିବା ବ୍ରିଟେନ୍ ପକ୍ଷରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଜଣାଇ ଦିଆାଯାଇଛି । ଏହି ଭୁତାଣୁ ଖୁବ୍ ଶୀଘ୍ର ସଂଚରିତ ହେବା ସହ କୋଭିଡ୍ ୧୯ଠାରୁ ଅଧିକ ମାରାତ୍ମକ ହେଇଥିବା ବ୍ରିଟେନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply