ମଣିଷ ଶରୀରେ ବୈଜ୍ଞାନିକଙ୍କୁ ମିଳିଲା ଏହି ନୂଆ ଅଙ୍ଗ ! ଜାଣନ୍ତୁ ଏହାର କାର୍ଯ୍ୟକାରୀତା

1 min read

ଆମଷ୍ଟଟର୍ଡମ: ବୈଜ୍ଞାନିକମାନେ ମଣିଷ ଶରୀରରେ ଏକ ନୂଆ ଅଙ୍ଗର ଆବିଷ୍କାର କରିଛନ୍ତି । ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ନୂଆ ‘କ୍ୟାନ୍ସର ସ୍କାନ’ର ଅନୁସନ୍ଧାନ କରୁଥିବା ବେଳେ ସେମାନେ ଗଳାରେ ଆଉ ଏକ ନୂଆ ଅଙ୍ଗର ଆବିଷ୍କାର କରିଛନ୍ତି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ମଣିଷର ଗଳାର ଉପର ଭାଗରେ ଗ୍ରନ୍ଥିମାନଙ୍କର ଏକ ଗୋଷ୍ଠୀ ଅଛି, ଯାହା ଏପର୍ଯ୍ୟନ୍ତ ସୁଦ୍ଧା କାହାରିକୁ ବି ଜଣା ନଥିଲା ।

ବୈଜ୍ଞାନିକମାନେ ଶରୀରରେ ମିଳିଥିବା ଏହି ନୂଆ ଅଙ୍ଗକୁ ଟ୍ୟୁବରିଆଲ୍ ଲାଳ ଗ୍ରନ୍ଥି (Tubarial salivary glands) ବୋଲି ନାମିତ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଅଙ୍ଗ ନାକକୁ ତେଲିଆ କରିବାରେ ସାହାଯ୍ୟ କରିଥାଏ। ରେଡିଓଥେରାପି ଏବଂ ଅଙ୍କୋଲୋଜି ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ ରେଡିଏସନ ଚିକିତ୍ସା ସମୟରେ ଯଦି ଏହି ଗ୍ରନ୍ଥିଗୁଡିକ ପ୍ରଭାବିତ ନହୁଏ, ତେବେ ଲୋକମାନେ ଏଥିରୁ ଉପକୃତ ହୋଇପାରିବେ।

ନେଦରଲ୍ୟାଣ୍ଡର ଆମଷ୍ଟଟର୍ଡମରେ ଥିବା କ୍ୟାନ୍ସର ଇଷ୍ଟିଚ୍ୟୁଟର ବୈଜ୍ଞାନିକ ପ୍ରୋଷ୍ଟେଟ୍, କ୍ୟାନ୍ସରର ଯାଞ୍ଚ ପାଇଁ ଡିଜାଇନ୍ ହୋଇଥିବା PSMA PET-CT ନାମକ ଏକ ସ୍କାନର ପରୀକ୍ଷଣ କରୁଥିଲେ । ଏହି ସମୟ ମଧ୍ୟରେ ଡାକ୍ତର ଏକ ରେଡିଓଆକ୍ଟିଭ୍ ଟ୍ରେସରକୁ ରୋଗୀର ଶରୀରରେ ଇଞ୍ଜେକ୍ସନ ମାଧ୍ୟମରେ ଦେଇଥିଲେ। ଏବଂ ରେଡିଓଆକ୍ଟିଭ୍ ଟ୍ରେସର୍ କାରଣରୁ ହିଁ ନୂଆ ଅଙ୍ଗ ବିଷୟରେ ଜଣାପଡ଼ିଥିଲା ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଆବିଷ୍କୃତ ହୋଇଥିବା ଗ୍ରନ୍ଥିଗୁଡିକର ସମୂହର ଲମ୍ବ ୧.୫ ଇଞ୍ଚ ରହିଛି । ଏହା ଲାଳ ଗ୍ରନ୍ଥି ସହିତ ସମାନ । ଅଧ୍ୟୟନ ସମୟରେ ୧୦୦ ରୋଗୀଙ୍କ ମଧ୍ୟରେ ଯେଉଁ ପରୀକ୍ଷଣ କରାଯାଇଥିଲା ସେ ସମସ୍ତଠାରେ ଏହି ଅଙ୍ଗ ଉପସ୍ଥିତ ଥିବା ଜଣାପଡ଼ିଥିଲା ।

Leave a Reply