spot_img

Latest Posts

ପ୍ରଭୁ ଶ୍ରୀରାମଙ୍କ ଉପରେ ଟିପ୍ପଣୀ ଦେଇ ଘରେ ସମାଲୋଚନାର ଶିକାର ହେଉଛନ୍ତି ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଅଯୋଧ୍ୟା ଏବଂ ଭଗବାନ ରାମଙ୍କୁ ନେଇ ଦେଇଥିବା ଟିପ୍ପଣି ପାଇଁ ତାଙ୍କୁ ତାଙ୍କରି ନିଜ ଲୋକ ଘେରିଛନ୍ତି  । ଓଲିଙ୍କ ଏହି ବିବୃତ୍ତି କେବଳ ସୋସିଆଲ ମିଡିଆରେ ପରିହାସ କରାଯାଉନାହିଁ, ଅନେକ ବଡ ନେତା ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ଏପରିକି ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନସିପି) ମଧ୍ୟ ଭାରତ ବିରୋଧୀ ବିବୃତ୍ତି ପାଇଁ ଓଲିଙ୍କୁ ଚେତାବନୀ ଦେଇସାରିଛି । ତାଙ୍କର ଏହି ଟିପ୍ପଣୀ ପାଇଁ ନେପାଳରେ ଚାଲିଥିବା ରାଜନୈତିକ ଶଙ୍କଟ ଆହୁରି ବଢିବା ନେଇ ଆଶଙ୍କା ରହିଛି ।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ ଦହଲ କମଲ ପ୍ରଚଣ୍ଡ ଦଳୀୟ ବୈଠକରେ ନିଜ କଥା ଉପରେ ନିୟନ୍ତ୍ରଣରେ ରଖିବାକୁ ଓଲିଙ୍କୁ ପରାମର୍ଶ ଦେଇସାରିଛନ୍ତି । ପ୍ରଚଣ୍ଡ, ଓଲିଙ୍କୁ କଡ଼ା ସମାଲୋଚନା କରିଥିଲେ, ଏବଂ କହିଥିଲେ ଦିଲ୍ଲୀରେ ବସି ତାଙ୍କୁ ଚେୟାରରୁ ହଟାଇବା ପାଇଁ  ଭାରତ  ଷଡଯନ୍ତ୍ର ରଚୁଥିବା କଥା କହି ସେ ଭୁଲ କରିଛନ୍ତି । ବର୍ତ୍ତମାନ ଓଲି ଦାବି କରିଛନ୍ତି ଯେ ସାଂସ୍କୃତିକ ଅତିକ୍ରମଣ ପାଇଁ ଭାରତ ନକଲି ଅଯୋଧ୍ୟା ତିଆରି କରିଛି । ଯେତେବେଳେ କି, ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି । ଓଲି ପ୍ରଶ୍ନ କରିଛନ୍ତି ଯେ ସେତେବେଳେ ଆଧୁନିକ ପରିବହନ ଏବଂ ମୋବାଇଲ୍ ଫୋନ୍ ନଥିଲା, ତେବେ ରାମ ଜନକପୁରକୁ କେମିତି ଆସିଲେ?

ନେପାଳର ଲେଖକ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ରମେଶ ନାଥ ପାଣ୍ଡେ ଟ୍ୱିଟ୍ କରି କହିଛନ୍ତି, “ଧର୍ମ ରାଜନୀତି ଏବଂ କୂଟନୀତି ଠାରୁ ଉପରେ ରହିଛି । ଏହା ଏକ ବଡ ଭାବପ୍ରବଣ ବିଷୟ । ସେ ନିଜର ଅଜ୍ଞାତ ଭାବନା ଏବଂ ଅବୋଧ ବାକ୍ୟ ଦ୍ୱାରା ଲଜ୍ଜିତ ହେଉଛନ୍ତି । ଏବଂ ଯଦି ପ୍ରକୃତ ଅଯୋଧ୍ୟା ବୀରଗଞ୍ଜ ନିକଟରେ ଅଛି ତେବେ ସରଯୁ ନଦୀ କେଉଁଠାରେ ଅଛି?

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ରାମ ଭଟ୍ଟରାୟ ଓଲିଙ୍କ ବିବୃତ୍ତିକୁ ଉପହାସ କରିଛନ୍ତି । ସେ ଏକ ଟୁଇଟ୍‌ରେ ଲେଖିଛନ୍ତି, ଆଦି-କବି ଓଲିଙ୍କ ଦ୍ୱାରା ରଚିତ କଳିଯୁଗର ନୂଆ ରାମାୟଣ ଶୁଣନ୍ତୁ, ସିଧା ବୈକୁଣ୍ଠ ଧାମକୁ ଯାତ୍ରା କରନ୍ତୁ ।

ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପ ପ୍ରମୁଖ ବିଷ୍ଣୁ ରିଜଲ ଲେଖିଛନ୍ତି, “ଏମିତି କହିବା ଏକ ବଡ ଭ୍ରମ ଯେ, କୌଣସି ବ୍ୟକ୍ତି ଅପ୍ରମାଣିକ, ପୌରାଣିକ ତଥା ବିବାଦୀୟ କଥା କହି ଜଣେ ପଣ୍ଡିତ ହୋଇଯାଏ । ଏହା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ‘ରହସ୍ୟମୟ’ ଅଟେ।” ପ୍ରତିବାଦ ଏବଂ ଉତ୍ତେଜନା ପାଇଁ ପ୍ରତିଦିନ କିପରି ନୂଆ ବିବୃତ୍ତି ଦିଆଯାଉଛି ।

ଅନେକ ନେତା ଓଲିଙ୍କ ବିରୋଧରେ କହିଥିଲେ

ରାଷ୍ଟ୍ରିୟ ପ୍ରଜାତନ୍ତ୍ରୀ ପାର୍ଟିର ସହ-ଅଧ୍ୟକ୍ଷ କମଲ ଥାପା ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି ଭିତ୍ତିହୀନ, ଅପ୍ରମାଣିତ ବିବୃତ୍ତିରୁ ଦୂରେଇ ରହିବା ଦରକାର । ଥାପା ଟ୍ୱିଟ୍ କରି କହିଛନ୍ତି ଯେ, ଲାଗୁଛି ଯେ ଓଲି ଉତ୍ତେଜନାର ସମାଧାନ କରିବା ବଦଳରେ ନେପାଳ-ଭାରତ ସମ୍ପର୍କକୁ ଆହୁରି ଖରାପ କରିବାକୁ ଚାହୁଁଛନ୍ତି । କେବଳ କମଲ ନୁହଁନ୍ତି, ନେପାଳର ଜାତୀୟ ଯୋଜନା ଆୟୋଗର ପୂର୍ବତନ ଉପାକ୍ଷ୍ୟକ୍ଷ ଚେତାବନୀ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏପରି ବିବୃତ୍ତି ପାଇଁ ଭାରତୀୟ ଗଣମାଧ୍ୟମ ବିବାଦୀୟ ହେଡଲାଇନ ତିଆରି କରିପାରିବ ।

ନେପାଳୀ କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ୨୦୬ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବ୍ଲୁବାଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ନେପାଳକୁ ସାଂସ୍କୃତିକ ରୂପରେ ଅତ୍ୟାଚାର କରାଯାଇଛି । ଐତିହାସିକ ତଥ୍ୟ ଗୁଡ଼ିକୁ ମଧ୍ୟ ଭଙ୍ଗାଯାଇଛି । ଆମେ ଏବେ ବି ବିଶ୍ୱାସ କରୁ ଯେ, ଆମେ ଭାରତୀୟ ରାଜକୁମାର ରାମଙ୍କୁ ସୀତାଙ୍କୁ ଦେଇଥିଲୁ। ସୋସିଆଲ ମିଡିଆରେ ମଧ୍ୟ ଏହି ବିବୃତ୍ତିରେ ଲୋକମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟକୁ ନେଇ ତାଙ୍କୁ ପରିହାସ କରୁଛନ୍ତି। ଏହି ବିବାଦୀୟ ବିବୃତ୍ତି ସମୟରେ ଓଲି ନିଜେ କହିଥିଲେ ଯେ ରାମ ନେପାଳର ବୋଲି କହିଥିବାରୁ ତାଙ୍କୁ ଅନେକ ବୁଦ୍ଧିଜୀବୀ  ପରିହାସ କରିବେ ।

ଇସ୍ତଫାରୁ ଧ୍ୟାନକୁ ହଟାଇବାର ଚେଷ୍ଟା

ଓଲିଙ୍କ ଏପରି ବିବୃତ୍ତି ମଧ୍ୟ ତାଙ୍କ ଇସ୍ତଫାରୁ ଧ୍ୟାନ ହଟାଇବାରେ ବୋଲି କୁହାଯାଉଛି । ନେପାଳୀ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗରେ ବିଭକ୍ତ ହେବାର ଲାଗିଛି ପ୍ରଚଣ୍ଡ ସମର୍ଥକମାନେ ଦାବି କରିଛନ୍ତି ଯେ, ଓଲି ଇସ୍ତଫା ଦିଅନ୍ତୁ । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଓଲି ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ପ୍ରଚଣ୍ଡଙ୍କ ବିନା ସରକାରକୁ ବଜାୟ ରଖିବାର ଉପାୟ ଖୋଜୁଛନ୍ତି । ଓଲିଙ୍କ ସମର୍ଥନରେ ଚୀନ୍ ରାଷ୍ଟ୍ରଦୂତ ମଧ୍ୟ ନେପାଳର ବଡ ନେତାଙ୍କ ସହ ନିରନ୍ତର ବୈଠକ କରୁଛନ୍ତି।

Latest Posts

Don't Miss