ମଙ୍ଗଳବାର ଠାରୁ ଆରମ୍ଭ ହେବ NEET ପାଇଁ ପଞ୍ଜିକରଣ, ସେପ୍ଟେମ୍ବରରେ ପରୀକ୍ଷା
1 min readନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ କଟକଣା ଭିତରେ ଦେଶବ୍ୟାପୀ ନିଟ୍ ପରୀକ୍ଷା ହେବ । ଏଥିପାଇଁ ଏନଟିଏ ୱେବସାଇଟରେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ଆରମ୍ଭ ହେବ ପଞ୍ଜିକରଣ ।
The NEET (UG) 2021 will be held on 12th September 2021 across the country following COVID-19 protocols. The application process will begin from 5 pm tomorrow through the NTA website(s).
— Dharmendra Pradhan (मोदी का परिवार) (@dpradhanbjp) July 12, 2021
ସେପ୍ଟେମ୍ବରରେ ନିଟ୍ ହେବାକୁ ଥିବାବେଳେ ସାମାଜିକ ଦୂରତା ରକ୍ଷାକୁ ଧ୍ୟାନ ଦିଆଯାଇଛି । ପୂର୍ବରୁ ୧୫୫ଟି ସହରରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ୧୯୮କୁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର । ସେହିଭଳି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ । ୨୦୨୦ରେ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ଥିଲା ।
To ensure adherence to COVID-19 protocols, face mask will be provided to all candidates at the centre. Staggered time slots during entry and exit, contactless registration, proper sanitisation, seating with social distancing etc. will also be ensured.
— Dharmendra Pradhan (मोदी का परिवार) (@dpradhanbjp) July 12, 2021
ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ପାଳନକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେସ୍ ମାସ୍କ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ବେଳର ସମୟକୁ ଧ୍ୟାନ ଦିଆଯିବ । ପଞ୍ଜିକରଣ କଣ୍ଟାକ୍ଟଲେସ ହେବ । ପରୀକ୍ଷା କେନ୍ଦ୍ରକୁ ସାନିଟାଇଜେସନ୍ କରାଯିବ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।