ବିଶ୍ୱ ଚାମ୍ପିୟନସିପ୍ ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା
1 min readନୂଆଦିଲ୍ଲୀ: ଆଉ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନସିପର ଫାଇନାଲରେ ବେପ୍ରଶ କରିଛନ୍ତି ନୀରଜ ଚୋପ୍ରା । ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହି ମୁକାବିଲାରେ ବିଭିନ୍ନ ଦେଶର ୩୪ ଖେଳାଳି ସାମିଲ ହୋଇଥିଲେ ।
World Athletics Championships: Neeraj Chopra qualifies for final with 88.39m throw in first attempt
Read @ANI Story | https://t.co/q2eFFn3qFz#WorldAthleticsChampionships2022 #NeerajChopra pic.twitter.com/vl7eile5VN
— ANI Digital (@ani_digital) July 22, 2022
ବିଶ୍ୱ ଚାମ୍ପିୟନସିପର ଜାଭେଲିନ୍ ଇଭେଣ୍ଟର ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ-ଏରେ ଥିଲେ । ଏହି ଗ୍ରୁପରେ ନୀରଜ ୮୮.୩୯ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି । ଜାଭେଲିନ ଇଭେଣ୍ଟର ଫାଇନାଲ ମୁକାବିଲା ରବିବାର ସକାଳେ ଅନୁଷ୍ଠିତ ହେବ । ତେବେ ୮୮.୩୯ ମିଟର ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ।